Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଙ୍ଗେଇଲୁଣ୍ଡା ବ୍ଲକ ର ୩ ପଞ୍ଚାୟତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରୁ ବଞ୍ଚିତ। କୃଷି ବିଭାଗ ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ ଚାଷୀ ପ୍ରତିନିଧି ଦଳ।

ଗୋପାଳପୁର,୦୩/୦୭, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରୁ ବଞ୍ଚିତ ହୋଇଥିବା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ୩ ଟି ପଞ୍ଚାୟତ ର ଚାଷୀ ପ୍ରତିନିଧି ଦଳ ଆଜି ଭୁବନେଶ୍ୱର ଠାରେ କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢୀ ଙ୍କ କାର୍ଯାଳୟ ରେ ଦାବିପତ୍ର ପ୍ରଦାନ ସହ କୃଷି ବିଭାଗ ବୀମା ଯୋଜନା ନୋଡାଲ ଅଫିସର ଏବଂ କୃଷି ବିଭାଗ ଉପଦେଷ୍ଟା ରାମ ପଣ୍ଡା ଙ୍କୁ ଦାବିପତ୍ର ପ୍ରଦାନ ସହ ଆଗାମୀ ଦୁଇମାସ ମଧ୍ୟରେ ଚାଷୀଙ୍କୁ ବୀମା ଅର୍ଥ ରାଶି ନମିଳିଲେ ଭୁବନେଶ୍ୱର ରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।କୃଷକମାନଙ୍କ ତରଫରୁ ରବୀନ୍ଦ୍ର କୁମାର ମିଶ୍ର ସମାଜବିଜ୍ଞାନୀ ତଥା ମାନବାଧିକାର କର୍ମୀ, କୃଷକ ନେତା ସଚିନ ମହାପାତ୍ର ଏବଂ ରମେଶ କର ପ୍ରମୁଖ ସାମିଲ ରହିଥିଲେ।ଚାଷୀ ଙ୍କ ଅଭିଯୋଗ ଅନୁଯାୟୀ , ରଙ୍ଗେଇଲୁଣ୍ଡା ବ୍ଲକର ୩ ପଞ୍ଚାୟତର ପ୍ରାୟ ୬୦୦୦ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ ରହିଥିବା ଚାଷୀ ଙ୍କ ୨୦୨୧ ରେ ପ୍ରବଳ ବର୍ଷା ଯୋଗୁଁ ପ୍ରାୟ ୯୦ ଶତକଡା ଧାନ ଫସଲ ନଷ୍ଟ ହୋଇଥିଲା। କ୍ଷତିଗ୍ରସ୍ତ ଚାଷୀ ମାନେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଇନପୁଟ ସବସିଡ ପାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରୁ ବୀମା ରାଶି ପାଇବାରୁ ବଞ୍ଚିତ ରହିଥିଲେ।ଏହା ନେଇ ବାରମ୍ବାର ଜିଲ୍ଲାପାଳ ସମେତ କୃଷି ବିଭାଗର ଅଧିକାରୀ ଙ୍କୁ ଅଭିଯୋଗ କରାଯାଇଥିଲା। କିନ୍ତୁ ଆଜିଯାଏଁ କୌଣସି ସୁଫଳ ମିଳି ପାରିନାହିଁ।ଏହା ମଧ୍ୟରେ
ସାମାଜିକ କର୍ମୀ ରବୀନ୍ଦ୍ର ମିଶ୍ରଙ୍କ ପକ୍ଷରୁ ଜାତୀୟ ମାନବାଧିକାର କମିଶନ ଙ୍କ ଠାରେ ଅଭିଯୋଗ କରିବା ସହ ତଦନ୍ତ କରି ଚାଷୀ ଙ୍କୁ ତାଙ୍କ ପ୍ରାପ୍ୟ ବୀମା ରାଶି ପ୍ରଦାନ ପାଇଁ ଏକ ପିଟିସନ ଦାଖଲ କରିଛନ୍ତି।କୃଷି ବିଭାଗର ଉପଦେଷ୍ଟା ରାମ ଚନ୍ଦ୍ର ପଣ୍ଡା ସ୍ମାରକପତ୍ର ଗ୍ରହଣ କରିବା ସହ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଇ କୃଷକଙ୍କ ସମସ୍ୟାର ସମାଧାନ ପାଇଁ ନୋଡାଲ ଅଧିକାରୀଙ୍କ ସହ କଥାବାର୍ତ୍ତା ଆଲୋଚନା କରିବା ସହ ଆସନ୍ତା ୨ ମାସ ମଧ୍ୟରେ ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ମିଳିଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ