Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଞ୍ଚାୟତ ଗଠନର ସାତ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ବଡଘୁମେରବାସୀ

ଧର୍ମଗଡ଼: ଦୁଆର ମୁହଁରେ ଶାସନ ପହଞ୍ଚାଇବା ଲକ୍ଷ୍ୟରେ ଶାସନ ବ୍ୟବସ୍ଥାର ବିକେନ୍ଦ୍ରୀକରଣ କରି ପଞ୍ଚାୟତ ପୁନର୍ଗଠନ କଲା । ଏହି କ୍ରମରେ ଗତ ୨୦୧୫ରେ ଧର୍ମଗଡ଼ ବ୍ଳକ ଗଡିଆଯୋର ପଞ୍ଚାୟତର ଅଲଗା ହୋଇ ବଡଘୁମେର ପଞ୍ଚାୟତ ଗଠନ ହେଲା। । ପଞ୍ଚାୟତ ଗଠନ ହେବା ଇତି ମଧ୍ୟରେ ୭ ବର୍ଷ ବିତିଗଲାଣି। ପଞ୍ଚାୟତବାସୀ ଦୁଇଟି ନିର୍ବାଚନ ସାମ୍ନା କରି ସାରିଲେଣି। କିନ୍ତୁ ଏବେ ବି ସେମାନେ ସର୍ବ ନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ବୋଲି ଅଭିଯୋଗ କରିଛନ୍ତି। ସୋମବାର ଏନେଇ ଗ୍ରାମବାସୀ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି। ପିଡିଏସ ଚାଉଳ ଭଳି ଏକ ଅତ୍ୟାବଶ୍ୟକ ସେବା ପାଇଁ ସେମାନଙ୍କୁ ଏବେ ମଧ୍ୟ ୫କିମି ଦୂରକୁ ଯିବାକୁ ପଡୁଛି। ପଞ୍ଚାୟତ ବିଭାଜନର ସାତ ବର୍ଷ ପରେ ମଧ୍ୟ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ହୋଇ ପାରିନାହିଁ। ଯାହାଫଳରେ ଗୋଦାମ ଗୃହ ନିର୍ମାଣ ହୋଇପାରୁନାହିଁ। ଗାଁ କ୍ଳବ ଘରେ ପଞ୍ଚାୟତ କାର୍ଯ୍ୟାଳୟ ଚାଲୁଛି। ଗୋଦାମ ଗୃହ ନଥିବାରୁ ପିଡିଏସ ଚାଉଳ ପାଇଁ ବଡଘୁମେର ପଞ୍ଚାୟତବାସୀଙ୍କୁ ଗଡିଆଯୋର ଯିବାକୁ ପଡୁଛି। ଗାଁର ଉନ୍ନୟନମୂଳକ କାର୍ଯ୍ୟ ମଧ୍ୟ ସଠିକ ପରିମାଣରେ ହେଉନା‌ହି । ଗାଁ ରେ ପାନୀୟ ଜଳ‌‌ ସମସ୍ଯା ଉତ୍କଟ ହେବାରେ ଲାଗିଛି। ପୋଖରୀ,ନାଳ ଆଦି ପାଣି ଦିନକୁ ଦିନ ଦୂଷିତ ହେଉଥିବା ହେତୁ ସ୍ନାନ ଶୌଚ ପାଇଁ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଗାଁ ରେ ଡ୍ରେନେଜ ସୁବିଧା ନାହିଁ। ବର୍ଷା ଦିନେ ଗାଁ ରାସ୍ତାରେ ପାଣି ଜମି ରହେ ।ଗଳି ରାସ୍ତା ସଵୁ ଶୋଚନୀୟ ହୋଇପଡ଼ିଲା । ପଞ୍ଚାୟତ ଗଠନ ପରେ ସାଧାରଣ ଜନତା ଗାଁ ଉନ୍ନତିର ଯେଉଁ ସ୍ବପ୍ନ ଦେଖିଥିଲେ ତାହା ସେମାନଙ୍କୁ ଫଳବତୀ ଲାଗୁନାହିଁ।‌‌ ସରକାର ଯେଉଁ ଉଦ୍ଦେଶ୍ୟ ନେଇ ପଞ୍ଚାୟତ ପୁନର୍ଗଠନ କରିଥିଲେ ସେହି ଉଦ୍ଦେଶ୍ୟ ସାଧିତ ହେଉନାହିଁ ବୋଲି ଶତାଧିକ ଗ୍ରାମବାସୀ ସୋମବାର ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ