Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିନ୍ଦେ ସରକାରରେ ସାମିଲ୍ ହେବାକୁ ଶରଦ ପାଓ୍ଵାରଙ୍କୁ କହିଥିଲେ ୫୧ ଏନସିପି ବିଧାୟକ: ପ୍ରଫୁଲ ପଟେଲ୍

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ର ନେତା ପ୍ରଫୁଲ ପଟେଲ୍ ଦାବି କରିଛନ୍ତି ଯେ, ପାର୍ଟିର ୫୩ରୁ ୫୧ ବିଧାୟକ ଗତ ବର୍ଷ ମହାରାଷ୍ଟ୍ରରେ ମହାବିକାଶ ଅଘାଡ଼ି ସରକାର ଭାଙ୍ଗିବା ପରେ ପାର୍ଟି ଅଧ୍ୟକ୍ଷ ଶରଦ ପାଓ୍ଵାରଙ୍କୁ ବିଜେପି ସହ ହାତ ମିଳାଇବାର ସମ୍ଭାବନା ଖୋଜିବାକୁ କହିଥିଲେ। ଏନସିପିରେ ବିଦ୍ରୋହ କରି କ୍ଷମତାସୀନ ବିଜେପି-ଶିବସେନା ମେଣ୍ଟରେ ସାମିଲ୍ ଅଜିତ୍ ପାଓ୍ଵାରଙ୍କ ସହିତ ଥିବା ପ୍ରଫୁଲ ପଟେଲ୍ ଏକ ସାକ୍ଷାତକାରରେ କହିଛନ୍ତି, ଯଦି ଏନସିପି ଶିବସେନା ସହ ମିଶି ସରକାର ଗଢି ପାରୁଛି ତ ବିଜେପି ସହିତ କାହିଁକି ନୁହେଁ। ଉଲ୍ଲେଖନୀୟ ରବିବାର ଏନସିପିର ବରିଷ୍ଠ ନେତା ଅଜିତ ପାଓ୍ଵାର ପାର୍ଟିରେ ବିଦ୍ରୋହୀଙ୍କ ନେତୃତ୍ଵ ନେଇ କ୍ଷମତାସୀନ ସରକାରରେ ଉପମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଛନ୍ତି। ଅଜିତଙ୍କ ବ୍ୟତୀତ ଛଗନ ଭୁଜବଳ ଏବଂ ହସନ ମୁଶାରିଫଙ୍କ ସମେତ ୮ ବିଧାୟକ ମଧ୍ୟ ମନ୍ତ୍ରୀ ପଦର ଶପଥ ନେଇଛନ୍ତି।

ରାଜ୍ୟସଭା ସଦସ୍ୟ ପ୍ରଫୁଲ୍ ପଟେଲ୍ କହିଛନ୍ତି, ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା, କିନ୍ତୁ କୌଣସି ନିଷ୍ପତ୍ତି ନିଆଯାଇ ନ ଥିଲା। ଏବେ ଏହାକୁ ଆକାର ଦିଆଯାଇଛି। ବିଜେପି ସହ ମିଶି ସରକାର ଗଢିବାର ନିଷ୍ପତ୍ତି ପାର୍ଟି ହିସାବରେ ନିଆଯାଇଛି। ଏହା କେବଳ ମୋର କି ଅଜିତ ପାଓ୍ଵାରଙ୍କ କହିବାନୁସାରେ ହୋଇନି। ସେ ଏହା ମଧ୍ୟ କହିଛନ୍ତି ଜୟନ୍ତ ପାଟିଲ୍ ସେହି ୫୧ ବିଧାୟକଙ୍କ ମଧ୍ୟରୁ ଜଣେ ଥିଲେ ଯିଏ ଚାହୁଁଥିଲେ ଯେ, ଶରଦ ପାଓ୍ଵାରଙ୍କୁ ବିଜେପି ସହ ମିଶି ସରକାର ଗଠନ କରିବାର ସମ୍ଭାବନା ଉପରେ ବିଚାର କରିବା ଉଚିତ୍। କେବଳ ଅନିଲ ଦେଶମୁଖ ଏବଂ ନଓ୍ଵାବ ମଲିକ ଆଲୋଚନାରେ ସାମିଲ୍ ନ ଥିଲେ।

ପଟେଲ୍ କହିଛନ୍ତି, ଏନସିପି ମନ୍ତ୍ରୀମାନେ ଶରଦ ପାଓ୍ଵାରଙ୍କୁ ଚିଠି ଲେଖି କହିଥିଲେ ଯେ, ପାର୍ଟିକୁ କ୍ଷମତାରୁ ବାହାରେ ରଖିବା ଉଚିତ୍ ନୁହେଁ। ସରକାରରେ ସାମିଲ୍ ହେବାର ପଦକ୍ଷେପ କାହିଁକି ନିଆଗଲା ପ୍ରଶ୍ନ ଉପରେ ପ୍ରଫୁଲ ପଟେଲ୍ କହିଛନ୍ତି, କୌଣସି ନିର୍ଣ୍ଣୟ ନିଆଯାଇ ନାହିଁ ଏବଂ ଅନ୍ୟ ପକ୍ଷକୁ ଲାଗିଲା ଯେ, ଆମର କୌଣସି ଆବଶ୍ୟକତା ନାହିଁ। କିନ୍ତୁ ଦଳର ଅନେକ ବିଧାୟକ ଚାହୁଁଥିଲେ ସରକାରରେ ସାମିଲ୍ ହେବାକୁ। ସମସ୍ତଙ୍କ ମତାମତ ପରେ ହିଁ ସିନ୍ଦେ ସରକାରରେ ସାମିଲ୍ ହେବାକୁ ନିଷ୍ପତ୍ତି ନିଆଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ