ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ କୋଟସମଲାଏ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ରୁ ଶ୍ରୀଜଗନ୍ନାଥ ଙ୍କୁ ଦର୍ଶନ କରି ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ଙ୍କ 5-t ସଚିବ ଭି କେ ପାଣ୍ଡିଆନ୍ ତାଙ୍କର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ I ଆଜି ସକାଳ 9 ଘଣ୍ଟା ରେ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ପାତାଳୀ ଶ୍ରୀକ୍ଷେତ୍ର ରେ ହେଲିକେପ୍ଟର ଯୋଗେ ଆସି ପହଞ୍ଚିଥିଲେ I ମହାପ୍ରଭୁଙ୍କ ଦର୍ଶନ କରି ସେଠାରେ ସେ ସେବାୟତ ଙ୍କ ସହିତ କଥାବାର୍ତ୍ତା କରିଥିବା ବେଳେ ପାତାଳୀ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ଥିଲା I ପରେ ସଚିବ ଶ୍ରୀ ପାଣ୍ଡିଆନ୍ ଙ୍କୁ ସମଗ୍ର ପାତାଳୀ ଶ୍ରୀକ୍ଷେତ୍ର ର ପାରିପାର୍ଶ୍ୱିକ ଉନ୍ନତି ସହିତ ସେଠାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭବ୍ୟ ମନ୍ଦିର ନିର୍ମାଣ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ I ସେଠାରେ ଉପସ୍ଥିତ ଥିବା ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କୁ 5-t ସଚିବ ଶିଘ୍ର ଡି ପି ଆଇ ପ୍ରସ୍ତୁତ କରି ପଠାଇବାକୁ କହିଥିଲେ I ତାପରେ ସେଠାରେ ଥିବା ବୌଦ୍ଧିକ ମଣ୍ଡପରେ ଉପସ୍ଥିତ ଜନତା ତଥା ମଁl ମାନଙ୍କୁ ସମ୍ବୋଧିତ କରି ଏ ପବିତ୍ର ପୀଠ ର ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କୁ ପଠେଇ ଥିବା ସେ ପ୍ରକାଶ କରିଥିଲେ l ସେଠାରୁ ସେ ଉଲୁଣ୍ତା ଯାଇ ସେଠାରେ ଉପସ୍ଥିତ ଥିବା ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ର ସଦସ୍ୟା ମାନଙ୍କୁ ତାଙ୍କର ହାଲଚାଲ ବୁଝିବାକୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଏଠାକୁ ପଠାଇ ଥିବା କହି ମୁଖ୍ୟମନ୍ତ୍ରୀ ଙ୍କ ଜନହିତକର ଯୋଜନାର ସଫଳତା କିପରି ପାଉଛନ୍ତି ବୋଲି ମା ମାନଙ୍କୁ ପଚାରି ବୁଝିଥିଲେ I ସେଠାରୁ ସେ ଉଲୁଣ୍ଡା ବ୍ଲକ ର ଚଡେଇ ପଙ୍କ ଠାରେ ଥିବା ମେଗା ଲିଫ୍ଟ ପଏଣ୍ଟ ପରିଦର୍ଶନ କରିବାକୁ ଆସିଥିଲେ l ସୂଚନା ଯୋଗ୍ୟ ଯେ 5-t ସଚିବ ଶ୍ରୀ ପାଣ୍ଡିଆନ୍ କୋଟସମଲାଏ ରୁ ଉଲୁଣ୍ତା ଆସିବା ରାସ୍ତାରେ ଆମ୍ ଆଦମୀ ପାର୍ଟି ର କର୍ମୀ ମାନେ କଳା ପତାକା ପ୍ରଦର୍ଶନ ସାଙ୍ଗକୁ ସଚିବ ଙ୍କ ଗାଡି ଉପରକୁ ଅଣ୍ଡା ମାଡ କରିଥିବା ଜଣାପଡ଼ିଛି I
ମୁଖ୍ୟମନ୍ତ୍ରୀ ଙ୍କ ସଚିବ ସୁବର୍ଣ୍ଣପୁର ପୁର୍ ଜିଲ୍ଲା ଗସ୍ତ ; ପାତାଳୀ ଶ୍ରୀକ୍ଷେତ୍ର ରେ ଜଗନ୍ନାଥ ଙ୍କୁ ଦର୍ଶନ କଲେ 5-t ସଚିବ
