Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କେବେ ଖୋଲିବ ରତ୍ନ ଭଣ୍ଡାର?; ଆଜି ଶୁଣାଣି

ପୁରୀ: ରତ୍ନଭଣ୍ଡାର ଖୋଲିବା ଓ ଚାବି ହଜିବା ପ୍ରସଙ୍ଗକୁ ନେଇ ଅନେକ ସମୟ ଧରି ବିବାଦ ଲାଗି ରହିଛି। ଆଜି ଏହି ପ୍ରସଙ୍ଗ ଉପରେ ଶୁଣାଣି କରିବେ ହାଇକୋର୍ଟ। ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ଏହି ପ୍ରସଙ୍ଗକୁ କେନ୍ଦ୍ର କରି ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ଏହି ମାମଲାର ଆଜି ଶୁଣାଣି କରିବେ କୋର୍ଟ।

କେମିତି ହଜିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି? ଏଥିପାଇଁ ଦାୟୀ କିଏ? ଏଥିପାଇଁ ଯେଉଁମା‌ନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି । ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଉ ବୋଲି ସେ କହିଛନ୍ତି।

କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ୱାବଧାନରେ ରତ୍ନଭଣ୍ଡାର ଖୋଲି ସବିଶେଷ ତାଲିକା ପ୍ରସ୍ତୁତ କରାଯାଉ। ଏହା ସହିତ ରତ୍ନଭଣ୍ଡାର ଚାବି ହଜିବା ନେଇ ସିବିଆଇ ତଦନ୍ତ ଦାବି କରିଛନ୍ତି । ଅନ୍ୟପଟେ ରତ୍ନଭଣ୍ଡାର ଖୋଲିବା ସପକ୍ଷରେ ମତ ପ୍ରକାଶ କରିଥିଲେ ପୁରୀ ଗଜପତି। ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓ ବିରୋଧୀ ଦଳ ମଧ୍ୟ ଏହି ଦାବି କରି ଆସୁଛନ୍ତି ।