Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ରେ ଗଡିଲା ଜନସଂଖ୍ୟା ସଚେତନତା ରଥ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଉପଖଣ୍ଡ ଡାକ୍ତରଖାନା ପରିସରରେ ଜନସଂଖ୍ୟା ସଚେତନତା ରଥ କୁ ସବୁଜ ପତାକା ଦେଖେଇ ଶୁଭାରମ୍ଭ କରିଥିଲେ ଉପଖଣ୍ଡ ର ଅଧିକ୍ଷକ ଡାକ୍ତର ରବୀନ୍ଦ୍ରନାଥ ପଣ୍ଡା । ଜୁନ 27 ରୁ ଜୁଲାଇ 10 ଯାଏ ଜନସଂଖ୍ୟା ସଚେତନତା ପକ୍ଷ ପାଳିତ ହେଉଥିବା ପରିପ୍ରେକ୍ଷୀରେ ଏହି ରଥ ବୀରମହାରାଜପୁର ବ୍ଲକ ର ବିଭିନ୍ନ ଗାଁ କୁ ଯାଇ ଲୋକଙ୍କୁ ସଚେତନ କରାଇବ । ଜନସଂଖ୍ୟା ନିୟନ୍ତ୍ରଣ ନେଇ ଥିବା ବିଭିନ୍ନ ପଦ୍ଧତି ତଥା ଦ୍ରୁତଗତିରେ ଜନସଂଖ୍ୟା ବୃଦ୍ଧିର କୁପରିଣତି ନେଇ ଲୋକଙ୍କୁ ସଚେତନ କରାଇବା ଲକ୍ଷରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସ୍ବର୍ଣ୍ଣପ୍ରଭା ଜୁଏଡ , ପୁରୁଷ ସ୍ଵସ୍ଥ୍ଯ ପରିଦର୍ଶକ ଆଲୋକ ସେଠ୍ , ବି ପି ଏମ୍ ମହେନ୍ଦ୍ର ମିଶ୍ର ଙ୍କ ସହ ଡ଼ାକ୍ତରଖାନା କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହିପରି ଜୁଲାଇ 11 ରୁ 24 ତାରିଖ ଯାଏ ଜନସଂଖ୍ୟା ସ୍ଥିରତା ପକ୍ଷ ପାଳିତ ହେବାକୁ ଥିବା ବେଳେ ସ୍ଥାନୀୟ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ଜୁଏଡ ଙ୍କ ପରିଚାଳନା ରେ ଏ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡାକ୍ତର ସ୍ଵପ୍ନେଶ୍ଵର ବେହେରା ଯୋଗଦେଇ ଜନସଂଖ୍ୟା ନିୟନ୍ତ୍ରଣ ର ସ୍ଥାୟୀ ଓ ଅସ୍ଥାୟୀ ପଦ୍ଧତି ବିଷୟରେ ସୂଚନା ଦେବା ସହ ବର୍ତ୍ତମାନ ଜନସଂଖ୍ୟା ନିୟନ୍ତ୍ରଣ ପ୍ରତି ସମସ୍ତେ ସଚେତନ ହେବାକୁ କହିଥିଲେ , ଡାକ୍ତର ଚାତକ ମହାପତ୍ର , ନିରୁପମା ମହାପାତ୍ର , ବିଶ୍ଵନାଥ ରଥ , ମୋନାଲିସା ମୁର୍ମୁ , ବି ପି ଏମ୍ ମହେନ୍ଦ୍ର ମିଶ୍ର , ବି ଏ ଏମ୍ ଅବିନାଶ ହୋତା , ସ୍ୱାସ୍ଥ୍ୟ ପରିଦର୍ଶିକ ଆଲୋକ ସେଠ ଙ୍କ ସହ ଉପଖଣ୍ଡ ଡାକ୍ତରଖାନା ର କର୍ମଚାରୀ ମାନେ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ