Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବତନ ପ୍ରଧାନଶିକ୍ଷକଙ୍କ ହୃଦଘାତରେ ପରଲୋକ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ର ଜଣାଶୁଣା ଶିକ୍ଷାବିତ ତଥା ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀକାନ୍ତ ସାହୁ(୭୧) ଙ୍କ ବୁଧବାର ରାତ୍ର 2ଘଣ୍ଟ ସମୟରେ ହୃଦଘାତରେ ରେ ମୃତ୍ୟୁ ହୋଇଛି। ମେଡ଼ିକାଲ ନିକଟରେ ଥିବା ନିଜ ବାସଭବନ ରେ ଶୋଇଥିବା ବେଳେ ହଠାତ ମଧ୍ୟ ରାତ୍ରୀରେ ଉଠି ନିଜ ବଡ ନାତି କୁ ଡ଼ାକି ଥିଲେ ବଡ଼ ନାତି ପାଖକୁ ଆସି ଜେଜେ ବାପା ଙ୍କ ହାତକୁ ଧରିଥିବା ବେଳେ ହଠାତ ସେ ଆଉ କିଛି କହିନଥିଲେ। ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ତୁମୁଡିବନ୍ଧ ମେଡ଼ିକାଲକୁ ଆଣିଥିବା ବେଳେ ଡ଼ାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କ ବଡ଼ ପୁଅ ଅସିତ , ବଡ଼ ବୋହୂ ଓ ନାତି ଉପସ୍ଥିତ ଥିଲେ। ତାଙ୍କ ସାନ ପୁଅ ଅଜିତ ଭୁବନେଶ୍ୱର ରେ ଏକ ଘରୋଇ ଟିଭି ରେ କାର୍ଯ୍ଯ କରୁଥିବା ବେଳେ ଖବର ପାଇ ନିଜ ପୁଅ ଓ ସ୍ତ୍ରୀ କୁ ଧରି ଆସି ପହଞ୍ଚି ଥିଲେ। ଶ୍ରୀକାନ୍ତ ସାର ତୁମୁଡ଼ିବନ୍ଧ ବ୍ଲକ ନିଜ ଚାକିରୀ ଜୀବନରେ ବିଭିନ୍ନ ଦୁର୍ଗମ ପାହାଡିଆ ଅଞ୍ଚଳରେ ରହି ବହୁତ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷିତ କରିଥିବା ବେଳେ ଶିକ୍ଷକ ନେତା ମଧ୍ୟ ରହି ଶିକ୍ଷକ ମାନଙ୍କ ସୁବିଧା ଅସୁବିଧା ସମାଧାନ କରିଥିବା ସହ ଅବସର ଗ୍ରହଣ ପରେ ଛୋଟ ଛୋଟ ପିଲମାନଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ବିବେକାନନ୍ଦ ଶିକ୍ଷାକେନ୍ଦ୍ର କରି ବହୁ ଗରିବ ଛାତ୍ର ଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷିତ କରାଇ ଥିଲେ। ଏହି ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବାସଭବନ ରେ ବହୁ ଶିକ୍ଷକ, ବୁଦ୍ଧିଜିବୀ, ରାଜନୈତିକ ତଥା ସ୍ଥାନୀୟ ଲୋକଙ୍କ ସମାଗମ ହୋଇଥିଲା। ସେ ଜଣେ ବନ୍ଧୁ ବତ୍ସଳ , ମେଳାପି , ଧର୍ମ ପରାୟଣ ଓ ପରୋପକାରୀ ବ୍ୟକ୍ତି ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ