ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଗଞ୍ଜେଇ ସମେତ ମାଉଜର ଜବତ ମାମଲାର ୨୧ ଦିନ ପରେ ଗୋଳନ୍ଥରା ଥାନାରେ ମାମଲା।


ଗୋପାଳପୁର,୦୫/୦୭, ବ୍ରହ୍ମପୁର ଅବକାରୀ ଗୁଇନ୍ଦା କର୍ମଚାରୀଙ୍କ ପକ୍ଷରୁ ଗଂଜେଇ ଜବତ ପାଇଁ ଚଢ଼ାଉ ସମୟରେ ଅଭିଯୁକ୍ତ ଙ୍କ ଠାରୁ ମାଉଜର ସହ ବୁଲେଟ ଓ ଖୋକା ଜବତ ହୋଇଥିବା ନେଇ ଘଟଣାର ୨୧ ଦିନ ପରେ ବିଭାଗୀୟ ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ ଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି l ଶ୍ରୀ ସାମନ୍ତ ଙ୍କ ଅଭିଯୋଗ ଅନୁଯାୟୀ ଗୋଳନ୍ଥରା ଥାନା ଅଧିନସ୍ଥ ସୋରଳ ରୋଡ ରେଳ ଫାଟକ ନିକଟରେ ଗତ ଜୁନ ୧୩ ତାରିଖରେ ଚୋରା ଗଂଜେଇ ଚାଲଣ ହେଉଥିବା ନେଇ ଖବର ପାଇ ଅବକାରୀ ଗୁଇନ୍ଦା ବିଭାଗ ର ଏକ ଟିମ ସେଠାରେ ଚଢ଼ାଉ କରି ୨୪ କେଜି ବସ୍ତା ଗଂଜେଇ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ଅଭିଯୁକ୍ତ ମାନେ ହେଲେ ଚୁଡ଼ଙ୍ଗପୁରର ସିବୁନ ନାୟକ ଓ ରାଉରକେଲା ଅଚଂଳର ରାଜୀବ ମଣ୍ଡଳ। ସେମାନଙ୍କ ଠାରୁ ଏକ ୟୁ ଏସ ଏ ପ୍ମରସୂତ ବିଦେଶୀ ମାଉଜର ସହ ୯ ଟି ଜୀବନ୍ତ ଗୁଳି ଓ ଗୋଟିଏ ଖୋଟା ଜବତ ସହ ଏକ ମୋଟରସାଇକେଲ (ଓଡି ୦୭ ପି ୪୧୮୧)ଜବତ କରିଥିଲେ।ଏହା ସହ ଗଞ୍ଜେଇ ମାମଲାରେ ଦୁଇ ଅଭିଯୁକ୍ତ ଙ୍କୁ ଉକ୍ତ ଦିନ ହିଁ କୋର୍ଟ ଚାଲାଣ କରିଥିଲା। କିନ୍ତୁ ଘଟଣାର ୨୧ ଦିନ ପରେ ୪ ତାରିଖ ରାତି ରେ ନିଜେ ଶ୍ରୀ ସାମନ୍ତ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଥାନାରେ ୩୦୬/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଅବକାରୀ ବିଭାଗ ପକ୍ଷରୁ ଘଟଣା ର ୨୧ ଦିନ ପରେ ଥାନାରେ ଅଭିଯୋଗ କରିନଥିବା ନେଇ ନାନାଦି ସନ୍ଦେହ ସୃଷ୍ଟି ହୋଇଛି l