Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜେଇ,ପିଇଓ ମଧ୍ୟରେ ବିଲ ବିଳମ୍ବ କୁ ନେଇ ଗହଳି

ଗୁଡାରୀ ବ୍ଳକର କର୍ଲାଘାଟି ଗ୍ରାମ ପଞ୍ଚାୟତର ତତ୍କାଳୀନ ପି ଇ ଓ ରବିଚନ୍ଦ୍ର ବେହେରା ୨୦୧୭ ଠାରୁ ୨୦୨୦ କାର୍ଯ୍ୟରତ ଥିବା ସମୟରେ ୧୮ ଲକ୍ଷ ଟଙ୍କା ବ୍ୟୟରେ ପଞ୍ଚାୟତ ଗୃହ ନିର୍ମାଣ କରିଥିବା ସେ କହିଛନ୍ତି। ସେହିସମୟରେ କନିଷ୍ଠ ଯନ୍ତ୍ରୀ ଟି. ମୋହନ ପାତ୍ର କାର୍ଯ୍ୟ ତଦାରଖ କରୁଥିବା ଶ୍ରୀ ବେହେରା କହିଛନ୍ତି। କର୍ଲାଘାଟି ସରପଞ୍ଚ ମଧ୍ୟ ଉପସ୍ଥିତ ରହି ଗୃହ ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ରବିଚନ୍ଦ୍ର ବେହେରା ଙ୍କୁ କାଶିପୁର ବଦଳି ହୋଇଗଲା। ସେ ଚାଲି ଚାଲି ଯାଇଥିବା ବେଳେ ତାଙ୍କ ଟଙ୍କା ମୋହନ ପାତ୍ର ବିଲ କରି ଖାଇଦେଇଥିବା ରବିଚନ୍ଦ୍ର ବେହେରା କହିଛନ୍ତି। ଆଜି ରବିଚନ୍ଦ୍ର ବେହେରା ଗୁଡାରି ଆସି ଯନ୍ତ୍ରୀ ମୋହନ ପାତ୍ରଙ୍କୁ ତାଙ୍କ ଟଙ୍କା ମାଗିଥିଲେ। ବୁଧ ବାର ଦିନ ତମାମ ବେହେରାଙ୍କୁ ଦେଖି ମୋହନ ପାତ୍ର ଜେଇ ତାଙ୍କ ସହଯୋଗୀଙ୍କ ଘରେ ଲୁଚି ରହି ଥିବା ବେଳେ ସନ୍ଧ୍ୟା ୪ଘଣ୍ଟା ସମୟରେ ଘର ଭିତରୁ ବାହାରି ତାଙ୍କ ସହଯୋଗୀଙ୍କ ମୋଟର ସାଇକେଲ ରେ ବସି ତରବରିଆ ଭାବେ ଚାଲି ଯାଇଥିବା ଦେଖିବାକୁ ମିଳିଥିଲା। ଏ ନେଇ ଜେଇ ମୋହନ ପାତ୍ରଙ୍କୁ ଆମ ପ୍ରତୀନିଧି ପଚାରି ବୁଝିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସେ କ୍ୟାମେରା ସାମ୍ନାରେ କୌଣସି ବିଷୟ କହିବାକୁ ଅନିଚ୍ଛୁକ ଥିବା ବେଳେ ତରବରିଆ ଭାବେ ଘଟଣା ସ୍ଥଳରୁ ଚାଲିଯାଇଥିବା ଦେଖିବାକୁ ମିଳିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ