Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ପରେ ବିଷପାନ, ମହିଳା ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର

ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶନିବାର ରାତି ପ୍ରାୟ ୧୦ଟା ସମୟରେ ଜଣେ ମହିଳା ବିଷପାନ କରି ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିଲେ। ଗୁରୁତର ମହିଳା ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଜଳକ୍ରୀଡ଼ା ଗ୍ରାମର ପୁଲୁ ମାଝୀଙ୍କ ସ୍ତ୍ରୀ କାଣୀଦେଇ ମାଝୀ (୫୨)। ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ସଙ୍କଟଜନକ ହେବାରୁ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ପରିବାର ସୂଚନା ଅନୁଯାୟୀ, ଗୋରୁ ବାନ୍ଧିବାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା। ଏହାପରେ କାଣୀଦେଇ ଘରେ ରଖାଯାଇଥିବା ଘାସ ମରା ଔଷଧ ପିଇ ଶୋଇପଡ଼ିଥିଲେ। କିଛି ସମୟ ପରେ ସେ ବାନ୍ତି କରିବା ଆରମ୍ଭ କରିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା। ଘରେ ଘାସ ମରା ଔଷଧର ବୋତଲ ଦେଖି ତାଙ୍କୁ ପଚାରିବାରୁ ସେ ବିଷପାନ କରିଥିବା ସ୍ୱୀକାର କରିଥିଲେ।

ଏହାପରେ ପରିବାର ଲୋକେ ତୁରନ୍ତ କାଣୀଦେଇଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଉନ୍ନତ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ