ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଗ୍ରସ୍ତରେ ଆସି ୫ଟି ସଚିବ ଭିକେ ପାଣ୍ଡିଆନ ଜିଲ୍ଲାର କଲେଜମାନଙ୍କର ଉନ୍ନତି କରଣ ପାଇଁ ମୁଖ୍ୟମନ୍ତ୍ରୀ ଆର୍ଥିକ ଅନୁଦାନ ପ୍ରଦାନ କରିଥିବା ଘୋଷଣା କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ତିନୋଟି କଲେଜ କୁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରୁ ଆର୍ଥିକ ରାଶି ଅନୁଦାନ ଘୋଷଣା କରାଯାଇଥିବା ଜଣାଯାଇଛି l ବ୍ଲକର ସଦର ରେ ଥିବା ବୀରମହାରାଜପୁର କଲେଜ କୁ ଏକ କୋଟି ଟଙ୍କା ଅନୁଦାନ ଘୋଷଣା କରାଯାଇଛି । ସମୁଦାୟ ଏକ କୋଟି ଟଙ୍କା ରୁ ଉକ୍ତ କଲେଜର ଯୁକ୍ତ ଦୁଇ ହାୟର ସେକେଣ୍ଡାରି ସ୍କୁଲ ପାଇଁ ୫୦ଲକ୍ଷ ଓ ଡିଗ୍ରୀ କଲେଜ ପାଇଁ ୫୦ଲକ୍ଷ ଲେଖାଏଁ ଅନୁଦାନ ପ୍ରଦାନ କରାଯାଇଛି । ଉକ୍ତ ଅନୁଦାନ ରେ କଲେଜ ପାଇଁ ସ୍ମାର୍ଟ କ୍ଲାସରୁମ୍ , ବିଜ୍ଞାନ ପରୀକ୍ଷାଗାର , ପାନୀୟ ଜଳ ସୁବିଧା , ଇ-ଲାଇବ୍ରେରୀ , ଟଏଲେଟ ଆଦି କାମ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ କଲେଜ କୁ ଉକ୍ତ ଅନୁଦାନ ପ୍ରଦାନ ପରେ ବିଭିନ୍ନ ମହଲରୁ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ଭି କେ ପାଣ୍ଡିଆନ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ବୀରମହାରାଜପୁର କଲେଜ ପରିଚାଳନା କମିଟୀର ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରୀ ଙ୍କ ସହିତ କଲେଜ ର ଅଧ୍ୟକ୍ଷ , ସମସ୍ତ ଅଧ୍ୟାପିକା , ଅଧ୍ୟାପକ , ଛାତ୍ର ଛାତ୍ରୀ , କଲେଜ ର ପୂର୍ବତନ ଛାତ୍ର ଛାତ୍ରୀ , ଅବିଭାବକ ଓ ବୁଦ୍ଧିଜିବୀ ମୁଖ୍ୟମନ୍ତ୍ରୀ ଙ୍କ ସମେତ ୫ଟି ସଚିବ ଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହା ସହିତ ବ୍ଲକର ଭୁତିଆପାଲି ସ୍ଥିତ ପରମେଶ୍ବରୀ ହାୟର ସେକେଣ୍ଡାରୀ ସ୍କୁଲ କୁ ୫୦ଲକ୍ଷ ଓ ସୁବଳୟା ହାୟର ସେକେଣ୍ଡାରୀ ସ୍କୁଲ କୁ ପଚିଶ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି । ଅନୁଦାନ ପାଇଥିବା ଉକ୍ତ କଲେଜ ମାନଙ୍କରେ ସ୍ମାର୍ଟକ୍ଲାସରୁମ , ଟେଏଲେଟ , ଇ-ଲାଇବ୍ରେରୀ , ପାନୀୟ ଜଳ ସୁବିଧା ଆଦି କରାଯିବ।
ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ଯୋଜନାରୁ ବୀରମହାରାଜପୁର କଲେଜ କୁ ଏକ କୋଟି ଟଙ୍କାର ଅନୁଦାନ ଘୋଷଣା
