Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଥମୁନି ମଣିପୁର ହିଂସା; ୧୦ ଯାଏ ଇଣ୍ଟ‌ରନେଟ୍‌ ସେବା ବନ୍ଦ

ଇମ୍ଫାଲ: ମଣିପୁରରେ ଇଣ୍ଟରନେଟ ସେବା ଉପରେ ପ୍ରତିବନ୍ଧକ ୧୦ ଜୁଲାଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାଦ୍ବାରା ଶାନ୍ତି ଏବଂ ଆଇନ ଶୃଙ୍ଖଳା ରକ୍ଷା କରାଯାଇପାରିବ ବୋଲି ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି। 

ଗୃହ କମିଶନରଙ୍କ ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ କିଛି ସାମାଜିକ ବିରୋଧୀ ଉପାଦାନଗୁଡ଼ିକ ଇଣ୍ଟରନେଟ ବ୍ୟବହାର କରି ଲୋକଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି କରିପାରେ। ରାଜ୍ୟରେ ହିଂସା ଆରମ୍ଭ ହେବା ପରେ ମେ ୨୩ ତାରିଖରୁ ଇଣ୍ଟରନେଟ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ମଣିପୁରର ମେଟେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଭିତରେ ପ୍ରାୟ ୧୨୦ ଲୋକ ପ୍ରାଣ ହରାଇଛନ୍ତି ଏବଂ ୩୦୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗତ ଦୁଇ ମାସ ଧରି ମଣିପୁରରେ ଚାଲିଥିବା ହିଂସା ଥମିବାର ନାଁ ନେଉନି। ପ୍ରତିଦିନ ରାଜ୍ୟରୁ ହିଂସା ଖବର ସାମ୍ନାକୁ ଆସୁଛି। ଏଥର ଉଗ୍ରବାଦୀମାନେ ସୁରକ୍ଷାକର୍ମୀଙ୍କ ଘରେ ନିଆଁ ଲଗାଇ ଦେଇଥିବା ଘଟଣା ସମ୍ନାକୁ ଆସିଛି। ମଣିପୁର ହିଂସାକୁ ରୋକିବା ପାଇଁ ସରକାର ନିରନ୍ତର ପଦକ୍ଷେପ ନେଉଛନ୍ତି। 

ମଣିପୁରରେ ହୋଇଥିବା ହିଂସା ଯୋଗୁଁ ବହୁଦିନ ହେଲା ସମସ୍ତ ସ୍କୁଲ ବନ୍ଦ ଥିଲା। ଦୁଇ ମାସ ପରେ ବୁଧବାର ଠାରୁ ରାଜ୍ୟର କେତେକ ଅଞ୍ଚଳରେ ପୁଣି ସ୍କୁଲ ଖୋଲାଯାଇଛି।