Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁନ ୩୦ରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟି ସାରିଛନ୍ତି ଶରଦ ପାଓ୍ଵାର, ଏବେ ନେତୃତ୍ଵ ମୋ ହାତରେ: ଅଜିତ ପାଓ୍ଵାର

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ଵାରଙ୍କ ନେତୃତ୍ଵାଧୀନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ନିର୍ବାଚନ ଆୟୋଗଙ୍କୁ ସୂଚିତ କରିଛି ଯେ, ଅଜିତଙ୍କୁ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି। ନିର୍ବାଚନ ଆୟୋଗଙ୍କୁ ଏ ବାବଦରେ ପାର୍ଟି ସୂଚିତ କରାଇଛି। ପାର୍ଟି ଏହା ମଧ୍ୟ ଜଣାଇଛି ଯେ, ପ୍ରଫୁଲ ପଟେଲ୍ ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ରହିବେ।

ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ସତ୍ୟପାଠରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, ଏନସିପି ଅଜିତ ପାଓ୍ଵାରଙ୍କୁ ମହାରାଷ୍ଟ୍ର ବିଧାନସଭାରେ ଏନସିପିର ବିଧାୟକ ଦଳ ନେତା ଭାବେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଏନସିପି ବିଧାୟକଙ୍କ ଦ୍ଵାରା ବିପୁଳ ମତରେ ଗୃହୀତ କରାଯାଇଛି। ଏଥିସହ ଏନସିପି କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ପ୍ରଫୁଲ ପଟେଲ୍ ଜୟନ୍ତ ପାଟିଲଙ୍କୁ ପଦରୁ ହଟାଇଛନ୍ତି। ପାଟିଲଙ୍କ ସ୍ଥାନରେ ସୁନୀଲ ତଟକରେଙ୍କୁ ରାଜ୍ୟ ଏନସିପି ଅଧ୍ୟକ୍ଷ କରାଯାଇଛି।

ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ର ଦୁଇ ଗୋଷ୍ଠୀ ଅଜିତ ପାଓ୍ଵାର ଏବଂ ଶରଦ ପାଓ୍ଵାର ଗୋଷ୍ଠୀ ମଧ୍ୟରେ ଶକ୍ତି ପ୍ରଦର୍ଶନ ଏବଂ ମହାବୈଠକ ପରେ ଲଢେଇ ଏବେ ନିର୍ବାଚନ ଆୟୋଗ ନିକଟରେ ପହଞ୍ଚି ଯାଇଛି। ଅଜିତ ପାଓ୍ଵାରଙ୍କ ଗୋଷ୍ଠୀ ଆୟୋଗ ନିକଟରେ ଦାବି କରିଛନ୍ତି ଯେ, ତାଙ୍କ ପାର୍ଟିରେ ଅଧିକ ବିଧାୟକଙ୍କ ସମର୍ଥନ ରହିଛି। ଏଥିପାଇଁ ପାର୍ଟି ନାମ ଏବଂ ନିର୍ବାଚନୀ ଚିହ୍ନ ତାଙ୍କୁ ପ୍ରଦାନ କରାଯାଉ।

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ଵାର ୪୦ ବିଧାୟକ, ଏମଏଲସି ଏବଂ ସାଂସଦଙ୍କ ସମର୍ଥନ ଥିବା ଦାବି କରିଛନ୍ତି। ଅଜିତ ପାଓ୍ଵାର ଗୋଷ୍ଠୀର ସମସ୍ତ ବିଧାୟକଙ୍କୁ ମୁମ୍ବାଇର ଏକ ହାଇପ୍ରୋଫାଇଲ୍ ହୋଟେଲରେ ରଖାଯାଇଛି। ଏହି ସବୁ ବିଧାୟକଙ୍କ ଦସ୍ତଖତ ଥିବା ଡ୍ରାଫ୍ଟ ନିର୍ବାଚନ ଆୟୋଗକୁ ପ୍ରଦାନ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ