Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

15 ବର୍ଷଧରି ସରପଞ୍ଚ ଦାୟିତ୍ବ ତୁଲାଇଥିବା ଶ୍ରୀରାମୁଲୁ ପାତ୍ରଙ୍କ ଦେହାନ୍ତ,

ବେଲଗୁଣ୍ଠା,06/07, ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିଶିଷ୍ଟ ସମାଜସେବୀ କେ ଶ୍ରୀରାମୁଲୁ ପାତ୍ରଙ୍କର 96 ବର୍ଷ ବୟସରେ ପାଇଲିପଡ଼ା ସ୍ଥିତ ନିଜ ବାସ ଭବନରେ ପରଲୋକ ଘଟିଛି I ସେ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ବ୍ୟାଧିରେ ପୀଡ଼ିତ ଥିଲେ I ସ୍ଵର୍ଗତ ପାତ୍ରଙ୍କର ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ବଡ଼ ପୁଅ ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କେ କ୍ରିଷ୍ଣାମୂର୍ତ୍ତୀ,ପୁଅ ବିଶ୍ୱନାଥ,ଇଗ୍ନେଶୁ,ଲକ୍ଷ୍ମୀ ନାରାୟଣ,ରାଜେଶ୍ଵର, ଆନନ୍ଦ, ଦୁଇ ଝିଅ କ୍ରୀଷ୍ଣ ବେଣୀ, ଭାନୁ, ପାଞ୍ଚ ବୋହୂ, ନାତି, ନାତୁଣୀ,ଅଣନାତି, ଅଣନାତୁଣୀଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ I ସ୍ଵର୍ଗତ ପାତ୍ର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ରାଜନେତା ଥିଲେ I ସେ ପାଇଲିପଡ଼ା ପଂଚାୟତରେ ଲଗାତାର ତିନି ଥର ସରପଞ୍ଚ ରୂପେ କାର୍ଯ୍ୟ କରିଥିଲେ I ଏହା ସହିତ ଜଣେ ବିଶିଷ୍ଟ ସମାଜସେବୀ ଏବଂ ବ୍ୟବସାୟୀ ଭାବରେ ମଧ୍ୟ ସ୍ଵର୍ଗତ ଶ୍ରୀରାମୁଲୁଙ୍କର ବେଲଗୁଣ୍ଠା ବ୍ଳକ୍ ରେ ଖ୍ୟାତି ରହିଥିଲା I ଜଣେ କଠୋର ପରିଶ୍ରମୀ, ଅମାୟିକ ଏବଂ ପରୋପକାରୀ ବ୍ୟକ୍ତି ଭାବରେ ସେ ଜନ ସାଧାରଣଙ୍କ ପ୍ରିୟ ଭାଜନ ହୋଇପାରିଥିବା ବେଳେ ଦୁଃଖୀରଙ୍କିଙ୍କ ବନ୍ଧୁ ଭାବରେ ସେ ପରିଚିତ ଥିଲେ I ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା I ସ୍ଵର୍ଗତ ପାତ୍ରଙ୍କ ମୃତ୍ୟୁ ଖବର ଶୁଣି ସ୍ଥାନୀୟ ସମିତିସଭ୍ୟ କେ ରବୀନ୍ଦ୍ର କୁମାର ପାତ୍ର,ପୂର୍ବତନ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ,ଯୁବନେତା ସନ୍ତୋଷ ମଲ୍ଲ, ପୂର୍ବତନ ସରପଞ୍ଚ ସଞ୍ଜୟ ପ୍ରଧାନ,ସରପଞ୍ଚ ସତ୍ୟବାନ ସ୍ୱାଇଁ,ନାଏବ ସରପଞ୍ଚ ଶିବରାମ, ସମସ୍ତ ୱାର୍ଡ୍ ସଭ୍ୟ, କୃଷ୍ଣଚନ୍ଦ୍ର ସ୍ୱାଇଁଙ୍କ ସମେତ ପାଞ୍ଚଶହରୁ ଊର୍ଦ୍ଧ୍ଵ ଜନ ସାଧାରଣ ଏକ ଶୋକାକୁଳ ପରିବେଶ ମଧ୍ୟରେ ସ୍ଵର୍ଗତ ପାତ୍ରଙ୍କର ଅନ୍ତିମ ଦର୍ଶନ କରିଥିଲେ I ସ୍ଵର୍ଗତ ପାତ୍ରଙ୍କର ମର ଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ନେଇ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା I ବଡ଼ ପୁଅ କେ କୃଷ୍ଣମୂର୍ତ୍ତୀ ମୁଖାଗ୍ନି ଦେଇଥିଲେ I ସ୍ବର୍ଗତ ଶ୍ରୀରାମ୍ହଲୁ ଙ୍କ ମୃତୁରେ ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଗଭୀର ଶୋକାବ୍ୟକ୍ତ କରିବାସହ ସେହି ଅମରାତ୍ମାର ସଦଗତି କାମନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ