Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିନ୍ଦେଙ୍କୁ ମନାଇବା ପାଇଁ ରାତି ୨ଟା ଯାଏ ମିଟିଂ, ଫଡଣବିସଙ୍କ ସହ କଣ ହେଲା ଆଲୋଚନା ?

ମୁମ୍ବାଇ: ଏନସିପିରେ ବିଦ୍ରୋହ କରି ମହାରାଷ୍ଟ୍ର ସରକାରରେ ଅଜିତ ପାଓ୍ଵାର ଗୋଷ୍ଠୀଙ୍କ ପ୍ରବେଶରେ ଏକନାଥ ସିନ୍ଦେ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଏହାକୁ ନେଇ ଗୁରୁବାର ବିଳମ୍ବିତ ରାତି ପର‌୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସଙ୍କ ମଧ୍ୟରେ ବୈଠକ ଚାଲିଥିଲା। ମହାରାଷ୍ଟ୍ର ରାଜନୀତିରେ ଅନେକ ପ୍ରକାରର କଳ୍ପନା ଜଳ୍ପନା ଚାଲିଛି। ବୈଠକରେ କ୍ଷମତା ବଣ୍ଟନ ନେଇ ଆଲୋଚନା ହୋଇଥିବା କୁହାଯାଉଛି। ନୂତନ ସମୀକରଣ ପରେ କାହାକୁ କେଉଁ ବିଭାଗର ଦାୟିତ୍ଵ ଦିଆଯିବ, ଯେଉଁଥିରେ ଶିବସେନା ଅସନ୍ତୁଷ୍ଟ ନ ହେବ ଏବଂ ସରକାର କାଏମ ରହିବ ତା ଉପରେ ବିଚାର ବିମର୍ଶ ଚାଲିଛି। ଅଜିତ ପାଓ୍ଵାର ଉପମୁଖ୍ୟମନ୍ତ୍ରୀ ହେବା ସହ ତାଙ୍କର ୮ ସମର୍ଥକ ବିଧାୟକ ମଧ୍ୟ ମନ୍ତ୍ରୀ ପଦରେ ଶପଥ ନେଇଛନ୍ତି।

ସୂତ୍ର ମୁତାବକ ଶୀଘ୍ର ମହାରାଷ୍ଟ୍ରରେ ପୁଣି ଥରେ ଆଉ କିଛି ମନ୍ତ୍ରୀ ଶପଥ ନେଇ ପାରନ୍ତି। ଏହି ମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ବିଜେପିରୁ କରାଯାଇପାରେ। ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ଏମିତି ଅନେକ ବିଧାୟକ ଅଛନ୍ତି ଯେଉଁମାନେ ଉଦ୍ଧବ ଠାକରେଙ୍କ ସରକାରରେ ମନ୍ତ୍ରୀ ଥିଲେ। ମାତ୍ର ଅଦ୍ୟାବଧି ସେମାନଙ୍କୁ ଏ ସରକାରରେ କୌଣସି ଦାୟିତ୍ଵ ମିଳିନାହିଁ। ଉକ୍ତ ବିଧାୟକଙ୍କ କହିବା କଥା ଅଜିତ ପାଓ୍ଵାରଙ୍କ ସରକାରରେ ସାମିଲ୍ ହେବା ସେମାନଙ୍କୁ ହକରୁ ବଞ୍ଚିତ କରାଯାଇପାରେ। ତେଣୁ ସମସ୍ତଙ୍କୁ ମନାଇବା ଏବଂ ଏକାଠି ହୋଇ ସରକାର ଚଳାଇବା ଉଦ୍ଦେଶ୍ୟରେ ମହାରାଷ୍ଟ୍ରରେ କ୍ୟାବିନେଟ୍ ସଂପ୍ରସାରଣ କରାଯାଉଛି।

ଅଜିତ ପାଓ୍ଵାରଙ୍କ ସରକାରରେ ମିଶିବା ପରେ ଚର୍ଚ୍ଚା ଏହା ମଧ୍ୟ ଚାଲିଥିଲା ଯେ, ଏକନାଥ ସିନ୍ଦେଙ୍କ ମୁଖ୍ୟମନ୍ତ୍ରୀ ପଦ ବିପଦରେ। ତେବେ ବିଜେପି ଜବାବ ଦେଇ ସ୍ପଷ୍ଟ କରି ସାରିଛି ଯେ, ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ରହିବେ ଏବଂ ଆମେ ତାଙ୍କ ନେତୃତ୍ଵରେ ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନ ଲଢିବୁ। ଏକନାଥ ସିନ୍ଦେ ଗୋଷ୍ଠୀର ନେତା ଉଦୟ ସାମନ୍ତ କହିଛନ୍ତି, ଆମେ ଇସ୍ତଫା ଦେବା ଲୋକ ନୁହେଁ ବରଂ ନେବା ଲୋକ। ଆମେ ସମସ୍ତେ ଏକନାଥ ସିନ୍ଦେଙ୍କ ନେତୃତ୍ଵରେ କାମ କରୁଛୁ। ଆମେ ସମସ୍ତ ସାଂସଦ ତାଙ୍କ ସହିତ ଅଛୁ। ତେଣୁ ଗୁଜବ ଖବର ଏକନାଥଙ୍କ ଛବି ମଳିନ କରିବା ପାଇଁ ପ୍ରଚାର କରାଯାଉଛି।

More Stories