Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଁ କେବେ ବି ସୋନିଆ କିମ୍ବା ରାହୁଲଙ୍କୁ ଭେଟିନାହିଁ, କଂଗ୍ରେସରେ ମିଶିବା ଖବର ଉପରେ କ୍ଷୁବ୍ଧ ପଙ୍କଜା ମୁଣ୍ଡେ

ମୁମ୍ବାଇ: ବିଜେପିର ସଂପାଦକ ପଙ୍କଜା ମୁଣ୍ଡେ ଖୋଦ୍ କଂଗ୍ରେସରେ ମିଶିବାର ଖବରକୁ ଦୃଢ ହସ୍ତରେ ଖଣ୍ଡନ କରିଛନ୍ତି। ପଙ୍କଜା କହିଛନ୍ତି କିଛି ଦିନ ପୂର୍ବେ ଏକ ନ୍ୟୁଜରେ ଖବର ପ୍ରସାରଣ କରାଗଲା ମୁଁ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ ଦୁଇ ଥର ଭେଟିଛି। ଏହା ମଧ୍ୟ ଖବର ଚାଲିଲା ଯେ, ମୁଁ ବିଜେପି ଛାଡ଼ି କଂଗ୍ରେସରେ ମିଶୁଛି। ଏହି ଖବର ସଂପୂର୍ଣ୍ଣ ମିଥ୍ୟା। ଏମିତି ଖବର ପ୍ରସାରଣ କରିଥିବା ଚ୍ୟାନେଲ ବିରୋଧରେ ମାହହାନୀ କେସ କରିବି ବୋଲି କହିଛନ୍ତି ପଙ୍କଜା ମୁଣ୍ଡେ। ସେ କହିଛନ୍ତି, ମୁଁ ଶପଥ କରି କହୁଛି ଯେ, କଂଗ୍ରେସରେ ସାମିଲ୍ ହେବା ନେଇ ମୋର କୌଣସି ନେତାଙ୍କ ସହ ଆଲୋଚନା ହୋଇ ନାହିଁ। ମୁଁ କେବେ ବି ରାହୁଲ ଏବଂ ସୋନିଆଙ୍କ ସହ ବ୍ୟକ୍ତିଗତ ଭାବେ ଭେଟିନାହିଁ।

ପଙ୍କଜା ମୁଣ୍ଡେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୨୦୧୯ରେ ଯେବେ ମୁଁ ନିର୍ବାଚନ ଲଢିଲି, ସେ ସମୟରେ ମଧ୍ୟ ଅନେକ ଚର୍ଚ୍ଚା ଏବଂ ଗୁଜବ ଶୁଣିବାକୁ ପାଇଥିଲି। ବିଭିନ୍ନ ନିର୍ବାଚନ ସମୟରେ ମୋ ନାଁକୁ ନେଇ ଗୁଜବ ଚାଲିଲା। ହେଲେ ପାର୍ଟି ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇ ନ ଥିଲା। ସେ ସମୟରେ ମୁଁ କେବେ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ନ ଥିଲି। କେବେ ବି ସାମାଜିକ ଗଣମାଧ୍ୟମରେ ନିଜର ଅସନ୍ତୋଷ ବ୍ୟକ୍ତ କରି ନାହିଁ। ତଥାପି ମୋ ନାମରେ ଏଣୁ ତେଣୁ ଚର୍ଚ୍ଚା ଚାଲିଲା।

ସେ କହିଛନ୍ତି ଅନେକ ଦଳର ନେତା କହି ଚାଲିଥିଲେ ଯେ, ପଙ୍କଜା ବିଜେପି ପ୍ରତି ଅସନ୍ତୁଷ୍ଟ ଅଛନ୍ତି ଏବଂ ଆମେ ତାଙ୍କୁ ନିଜ ପାର୍ଟିରେ ବଡ଼ ପଦ ଦେଇ ପାରିବୁ। ଏସବୁ ଚର୍ଚ୍ଚାକୁ ମୁଁ ହାଲୁକାରେ ନେଇଥିଲି। ହେଲେ ବିଗତ ୨-୩ ଦିନରେ ଯେଉଁ ଖବର ଆସିଲା ଯେ, ମୁଁ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ ୨ ଥର ଭେଟିଛି, ପୁଣି ସାଙ୍ଗଲିର ଜଣେ ନେତା ମଧ୍ୟସ୍ଥତା କରିଥିଲେ। ତା ପରେ ମୁଁ ଏହି ସାମ୍ବାଦିକ ସମ୍ମିଳନୀ ଡକାଇବାକୁ ବାଧ୍ୟ ହେଲି। ମୁଁ ସ୍ପଷ୍ଟ ଭାବେ କହି ରଖୁଛି ଯେ, ଏହି ଖବର ସଂପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ ବୋଲି ପଙ୍କଜା ମୁଣ୍ଡେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ