Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ହୃଦଘାତରେ ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ବେଲଗୁଣ୍ଠା, 08/07, ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଶତପଥୀଙ୍କ 89 ବର୍ଷ ବୟସରେ ହୃଦଘାତରେ ନିଜ ବାସଭବନରେ ପରଲୋକ ଘଟିଛି I ସ୍ଵର୍ଗତ ଶତପଥି କିଛିଦିନ ହେବ ମଧୂମେହ ରୋଗରେ ପୀଡିତ ହୋଇ ବ୍ରହ୍ମପୁର ମେଡ଼ିକାଲ୍ ରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ ଅଶ୍ଵିନୀ, ଅକ୍ଷୟ,ଦୁଇ ବୋହୂ ଆରତୀ, ବୈଜୟନ୍ତୀମାଳା,ଝିଅ ଝୁନୁ, ଜ୍ୱାଇଁ ଲଳିତ ମୋହନ ଦାସ, ନାତି, ନାତୁଣି ଏବଂ ପରିବାରର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ I ସ୍ଵର୍ଗତ ଶତପଥି ଜଣେ ଆଦର୍ଶ ଶିକ୍ଷକ ଭାବରେ ଅଞ୍ଚଳରେ ଖ୍ୟାତି ଅର୍ଜନ କରିଥିବା ବେଳେ ଜଣେ ଅମାୟିକ, ଧର୍ମପରାୟଣ ଏବଂ ପରୋପକାରୀ ବ୍ୟକ୍ତି ଭାବରେ ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଥିଲେ I ସ୍ଵର୍ଗତ ଶତପଥୀ ମୃତ୍ୟୁ ଖବର ଶୁଣି ତାଙ୍କର ବହୁ ଛାତ୍ର,ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ,ସଦସ୍ୟ ଜଗନ୍ନାଥ ନାୟକ, ବିଭୂପାଦ ଜେନା, କୃଷ୍ଣଚନ୍ଦ୍ର ପଟ୍ଟନାୟକ, ପଞ୍ଚାନନ ସାହୁଙ୍କ ସମେତ ସମସ୍ତ ପ୍ରେସକ୍ଲବ ସଦସ୍ୟ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି I ସ୍ଵର୍ଗତ ଭାସ୍କରଙ୍କ ମର ଶରୀରକୁ ଗ୍ରାମ ଶ୍ମଶାନରେ ସଂସ୍କାର କରାଯାଇଥିବା ବେଳେ ବଡ଼ ପୁଅ ଅଶ୍ଵିନୀ ମୁଖାଗ୍ନି ଦେଇଥିଲେ I