ଜଙ୍ଗଲପ୍ରେମୀ ସରତଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର


ବେଲଗୁଣ୍ଠା, 08/07, ବେଲଗୁଣ୍ଠା ବ୍ଳକ୍ କଣ୍ଟେଇପଲ୍ଲୀ ବନ ସଂରକ୍ଷଣ ସମିତି ଦଶ ବର୍ଷ ମଧ୍ୟରେ ରେକର୍ଡ୍ ସଂଖ୍ୟକ ଗଛ ଲଗାଇବା ସହ ବୃକ୍ଷର ଯତ୍ନ ନେଇ ଜଙ୍ଗଲ ନିଆଁ ଦାଉରୁ ରକ୍ଷା କରିବା ଏବଂ ଜୀବଜନ୍ତୁଙ୍କ ସୁରକ୍ଷା ଦିଗରେ ପଦେକ୍ଷେପ ଗ୍ରହଣ କରି ଆସୁଥିଲେ I ଏହାର ମୁଖ୍ୟ ଦାୟିତ୍ୱରେ ଥିଲେ ସଭାପତି ଶରତ କୁମାର ସ୍ୱାଇଁ I ଜଙ୍ଗଲ ସୁରକ୍ଷା ପାଇଁ ଶ୍ରୀ ସ୍ୱାଇଁଙ୍କୁ ବହୁ ସମୟରେ କାଠ ମାଫିଆଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା I ଆଜି 74 ତମ ବନମହୋତ୍ସବ ଅବସରରେ ବ୍ରହ୍ମପୁର ନିକଟସ୍ଥ ସିନ୍ଦୁରିଆ ପଲ୍ଲୀ ସେଣ୍ଟ୍ରାଲ ନର୍ସରୀଠାରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଶରତଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ମିଳିବା ସହ ଦଶ ହଜାର ଟଙ୍କାର ଚେକ୍,ମାନପତ୍ର ଏବଂ ଉପଢ଼ୌକନ ମିଳିଥିଲା I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଗଞ୍ଜାମ ପ୍ରକଳ୍ପ ନିର୍ଦ୍ଦେଶକ ଭି କୀର୍ତ୍ତି ଭାସନଙ୍କ ଠାରୁ ଶ୍ରୀ ସ୍ୱାଇଁ ଏହି ପୁରସ୍କାର ଗ୍ରହଣ କରିଥିଲେ I ଏହି ଅବସରରେ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଶନି ଖୋଖଡ, ଭଞ୍ଜନଗର ଉତ୍ତର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା,ଭଞ୍ଜନଗର ଏସିଏଫ୍ ପ୍ରଭାକର ନାୟକ,ଏବଂ ବ୍ରହ୍ମପୁର ଏସିଏଫ୍ ପ୍ରମୁଖ ଭାବେ ଯୋଗ ଦେଇଥିଲେ I ଶରତ ଏହି ପୁରସ୍କାର ପାଇବା ପରେ କଣ୍ଟେଇପଲ୍ଲୀ ବନ ସଂରକ୍ଷଣ ସମିତିରେ ଖୁସିର ଲହରୀ ଖେଳିଯିବା ସହିତ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି