ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ଶ୍ରୀଜଗନ୍ନାଥ ଏକାଡେମୀ ୫ଟି ହାଇସ୍କୁଲ ରେ ନବ ନିଯୁକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ତଥା ବିଦ୍ୟାଳୟ ର ପ୍ରାକ୍ତନ ଗଣିତ ଶିକ୍ଷକ ଲକ୍ଷ୍ମଣ ମିଶ୍ରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି I ଏ ଅବସରରେ ଆଜି ଆୟୋଜିତ କାର୍ଯ୍ୟକ୍ରମ କୁ ଶିକ୍ଷକ ଅନିରୁଦ୍ଧ ପାଢ଼ୀ ପରିଚାଳନା କରି ଥିବାବେଳେ ପ୍ରଧାନ ଶିକ୍ଷୟିତ୍ରୀ ଶୋଭାଶିନୀ ମିଶ୍ର ସଭାପତିତ୍ୱ କରିଥିଲେ l ସମ୍ବର୍ଦ୍ଧନା ଉତ୍ସବରେ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କୁ ଉପଢୌକନ ଓ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତ୍ୟନ୍ତ ଭାବ ବିହ୍ଵଳ ପରିବେଶରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ଶ୍ରୀ ମିଶ୍ର ଙ୍କ ଶ୍ରୁତି ଚାରଣ କରିବା ସହ ତାଙ୍କର ଛାତ୍ର ବତ୍ସଳ , ମେଳାପି , କର୍ତ୍ତବ୍ୟ ନିଷ୍ଠା , ଶୃଙ୍ଖଳିତ କାର୍ଯ୍ୟଶୈଳୀ ଆଦି କଥାକୁ ମନେ ପକାଇ ବିଦାୟକାଳୀନ ସମ୍ଵର୍ଦ୍ଧନା ଦେଇଥିଲେ I ଶିକ୍ଷକ ବିଜୟ ହୋତା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟ ଅଗଣାରେ ଶ୍ରୀ ମିଶ୍ର ନିଜର ଏକ ପ୍ରତୀକ ଭାବେ ଏକ ବୃକ୍ଷ ରୋପଣ କରିଥିଲେ ଯାହା କି ତାଙ୍କ ଆବର୍ତ୍ତନ ଛାତ୍ର ଛାତ୍ରୀ ଓ କର୍ମକର୍ତ୍ତା ଶ୍ରୀ ମିଶ୍ରଙ୍କ ସ୍ମୃତି ସ୍ୱରୂପ ଏ ବୃକ୍ଷକୁ ଯତ୍ନ ନେବା ପାଇଁ ଶପଥ ନେଇଥିଲେ । ସମଗ୍ର କାର୍ଯ୍ୟକ୍ରମ ରେ ଶିକ୍ଷକ ସୁଧୀର ହୋତା , ଶଙ୍ଖସିନ୍ଧୁ ପୁରୋହିତ , ପ୍ରଫୁଲ୍ଲ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
କୋଟସମଲାଏ ହାଇସ୍କୁଲ ର ଗଣିତ ଶିକ୍ଷକ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
