Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଟିପି ସେୟାରିଂ ମାମଲା: ଅଭିଯୁକ୍ତ ଅଭିଜିତ ସଞ୍ଜୟକୁ ଏଟିଏସର ଜେରା, ପାକିସ୍ତାନୀ ଲିଙ୍କର ହେବ ଖୁଲାସା !

ଭୁବନେଶ୍ଵର: ଓଟିପି ସେୟାରିଂ ମାମଲାରେ ୩ ଜଣିଆ ଏଟିଏସ ଟିମ ଭୁବନେଶ୍ଵର କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ମହାରାଷ୍ଟ୍ରର ଆଣ୍ଟି ଟେରରିଷ୍ଟ ସ୍କ୍ଵାଡ ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜୁମ୍ବେରଙ୍କୁ ଜେରା କରୁଛି। ପାକିସ୍ତାନୀ ଏଜେଣ୍ଟଙ୍କ ସହ ଯୋଗାଯୋଗ ଏବଂ ଆର୍ଥିକ କାରବାର ଲିଙ୍କକୁ ନେଇ ଖୋଳତାଡ଼ ଚାଲିଛି। ଏହା ପରେ ଏନଆଇଏ ଏବଂ ଆଇବି ଅଧିକାରୀ ଆସି ପଚରା ଉଚୁରା କରିବେ ବୋଲି ଜଣା ପଡ଼ିଛି।

ଭୁବନେଶ୍ଵରରେ ମହାରାଷ୍ଟ୍ର ଏନଆଇଏ ଟିମ୍ ମଧ୍ୟ ପହଞ୍ଚି ସାରିଛି। ଅଭିଯୁକ୍ତ ଅଭିଜିତର ପାକିସ୍ତାନ ଲିଙ୍କ ନେଇ ଜେରା ଚାଲିଛି । ସଞ୍ଜୟ କେଉଁ ସବୁ ଗୁପ୍ତ ତଥ୍ୟ ପାକିସ୍ତାନକୁ ସେୟାର କରିଛନ୍ତି ସେ ସଂପର୍କରେ ଖୋଳତାଡ଼ କରାଯାଉଛି। ଏନେଇ ସୂଚନା ଦେଇଛନ୍ତି ଏସଟିଏଫ ଆଇଜି ଜୟନାରାୟଣ ପଙ୍କଜ ।

ସୂଚନାଯୋଗ୍ୟ, ଆଜି ହେଉଛି ରିମାଣ୍ଡରେ ଦ୍ଵିତୀୟ ଦିନ। ଏହି ମାମଲାରେ ଆଗରୁ ଓଡ଼ିଶାର ପଠାଣି ଓ ପ୍ରୀତମଙ୍କ ସମେତ ୪ଜଣ ଅଭିଯୁକ୍ତଙ୍କ ପାଖକୁ ଟଙ୍କା ଆସିଥିଲା ଏବଂ ଓଡ଼ିଶାର ସିମକାର୍ଡ ପାକିସ୍ତାନରେ ଅପରେଟ ହେଉଥିଲା। ୨୦୧୮ରୁ ପାକିସ୍ତାନ ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଥିଲା ଅଭିଜିତ। ପାକିସ୍ତାନର ଇଣ୍ଟେଲିଜେନ୍ସି ଆର୍ମି ଅଫିସର ସହ କଥା ହୋଇଥିଲା ଅଭିଜିତ। ତାକୁ ମିଶାଇ ମୋଟ ୫ଜଣଙ୍କୁ ଗିରଫ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ