Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବର୍ଷା ଉଭାନ, ୨୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଯୋଗୁଁ ସ୍ଥିତି ସାଂଘାତିକ

ଭୁବନେଶ୍ଵର: ମୌସୁମୀ ଆସିବାରେ ବିଳମ୍ବ ଘଟିଲା। ଆଶା କରାଯାଉଥିଲା ବିଳମ୍ବ ହେଉ ପଛେ ଭଲ ବର୍ଷା ହେବ, ଆଉ ପଛେଇ ଥିବା ଚାଷ କାମ ଆଗେଇ ପାରିବ। ତେବେ ମୌସୁମୀ ସକ୍ରିୟ ଥାଇ ବି ବର୍ଷା ଉଭାନ। ଚାଷ କାମ ଗୁରୁତର ଭାବେ ପ୍ରଭାବିତ। ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ସ୍ଥିତି ସାଙ୍ଘାତିକ। ୨୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ କଳାହାଣ୍ଡିର ସ୍ଥିତି ଅତି ଖରାପ।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲାରେ ସ୍ଵାଭାବିକ ଠାରୁ ୬୬ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି। ଭୀଷଣ ନିଆଣ୍ଟିଆ ବର୍ଷାର ସ୍ଥିତି କଳାହାଣ୍ଡିରେ ଦେଖିବାକୁ ମିଳିଛି। ୧୩ ଜିଲ୍ଲାରେ ଅତି ନିଅଣ୍ଟିଆ ବର୍ଷା ହୋଇଛି। ଏଠାରେ ସ୍ଵାଭାବିକ ଠାରୁ ୫୫ରୁ ୪୫ ପ୍ରତିଶତ ବର୍ଷା କମ ହୋଇଛି। ବୌଦ୍ଧ, ସୁବର୍ଣ୍ଣପୁର, ଜଗତସିଂହପୁର, ଯାଜପୁର, ବଲାଙ୍ଗିର, କଟକ, କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ପୁରୀ, ନବରଙ୍ଗପୁର, କେନ୍ଦ୍ରାପଡ଼ା. ମୟୂରଭଞ୍ଜ ଆଦି ଜିଲ୍ଲାରେ ଅତି ନିଅଣ୍ଟିଆ ବର୍ଷା ହୋଇଛି। ଫଳରେ ଏସବୁ ଜିଲ୍ଲାରେ ଚାଷ କାମ ସାଂଘାତିକ ଭାବେ ପ୍ରଭାବିତ ହୋଇଛି।

ସେହିପରି ଜୁଲାଇ ୧୦ ପର୍ଯ୍ୟନ୍ତ ୩୪୬ ମିମି ବର୍ଷା ଆଶା ଥିବା ବେଳେ ହୋଇଛି ମାତ୍ର ୧୧୬ ମିମି ବର୍ଷା। କେବଳ ଦେବଗଡ଼ ଏବଂ ସମ୍ବଲପୁରରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଦେବଗଡ଼ରେ ୧୭.୫ ପ୍ରତିଶତ ଏବଂ ସମ୍ବଲପୁରରେ ୫.୭ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି। ଯଦି ଆଗାମୀ କିଛି ଦିନରେ ଭଲ ବର୍ଷା ନ ହୁଏ ତେବେ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ