Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତାମିଲନାଡୁର ଏହି ଆସନରୁ ନିର୍ବାଚନ ଲଢିବେ ପିଏମ ମୋଦୀ ? ମୁସଲିମ ଲିଗ୍ ସାଂସଦ ଦେବେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତାମିଲନାଡ଼ୁରୁ ନିର୍ବାଚନ ଲଢିବା ନେଇ ଦୀର୍ଘ ସମୟରୁ କଳ୍ପନା ଜଳ୍ପନା ଜାରି ରହିଛି। ଭାରତୀୟ ଜତନା ପାର୍ଟି ମଧ୍ୟ ଏହା ଉପରେ ଆନୁଷ୍ଠାନିକ ଭାବେ କେବେ କିଛି ସୂଚନା ଦେଇ ନାହିଁ। ତେବେ ଏହା ମଧ୍ୟରେ ଖବର ଆସିଛି ଯେ, ପିଏମ ମୋଦୀ ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁରର ରାମନାଥପୁରମ ସିଟରୁ ମଇଦାନକୁ ଓହ୍ଲାଇ ପାରନ୍ତି। ବର୍ତ୍ତମାନ ଏହି ଆସନରୁ ସାଂସଦ ଅଛନ୍ତି ଇଣ୍ଡିଆନ ୟୁନିୟନ ମୁସଲିମ ଲିଗର ନବସକନୀ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରବିବାର ହାଇଦ୍ରାବାଦର ନାମପଲ୍ଲୀରେ ହୋଇଥିବା ବିଜେପିର ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ପକ୍ଷରୁ ଏହି ପ୍ରସଙ୍ଗ ଉଠିଥିଲା। ଏହାର ସୂଚନା ପାର୍ଟି ନେତାଙ୍କୁ ଦିଆଯାଇଥିଲା ଯେ, ବିଜେପି ଦକ୍ଷିଣ ଭାରତୀୟ ରାଜ୍ୟରେ ନିଜର ସ୍ଥିତି ଜାହିର କରିବା ପାଇଁ ପିଏମ ମୋଦୀଙ୍କୁ କୌଣସି ଏକ ଦକ୍ଷିଣ ଭାରତୀୟ ରାଜ୍ୟରୁ ମଇଦାନକୁ ଓହ୍ଲାଇବା ପାଇଁ ଯୋଜନା କରିଛି।

ରିପୋର୍ଟ ଅନୁସାରେ, ଅଧିକାଂଶ ନେତା ରାମନାଥପୁରମ ଆସନରୁ ପ୍ରଧାନମନ୍ତ୍ରୀ ନିର୍ବାଚନ ଲଢନ୍ତୁ ବୋଲି ପ୍ରସ୍ତାବ ଦେଇଥିଲେ। କିନ୍ତୁ ରାମନାଥପୁରରେ ବଡ଼ ସଂଖ୍ୟାରେ ମୁସଲିମ ମତଦାତା ଅଛନ୍ତି। କୁହାଯାଉଛି ଯଦି ପିଏମ ମୋଦୀ ଏଠାରୁ ନିର୍ବାଚନ ଜିତନ୍ତି ତେବେ ବିଜେପି ପାଇଁ ରାଜନୈତିକ ଏବଂ ବିଚାରଧାରା ଦୃଷ୍ଟିକୋଣରୁ ବହୁତ ବଡ଼ ବିଜ ହେବ। ଏଥିସହ ପାର୍ଟି ଏକ ନୂତନ ଛବି ଜନତାଙ୍କ ସାମ୍ନାରେ ରଖି ପାରିବ।

ଖବର ଅନୁଯାୟୀ, ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରୁ ବିଜେପି ୫୦ ସିଟ୍ ଜିତିବାକୁ ଲକ୍ଷ୍ୟ ରଖିଛି। ପାର୍ଟି ଏହା ଜରିଆରେ ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକରେ ହେବାକୁ ଥିବା ସମ୍ଭାବିତ କ୍ଷତିର ଭରଣା ଦକ୍ଷିଣ ରାଜ୍ୟରୁ କରିବାକୁ ଚାହୁଁଛି। ବଡ଼ କଥା ଚଳିତ ବର୍ଷ ଶେଷ ଆଡ଼କୁ ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼ ଏବଂ ତେଲେଙ୍ଗାନା ପରି ଗୁରୁତ୍ଵପୂର୍ଣ୍ଣ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।

More Stories