Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ଜିଲ୍ଲା ନାଇକେନପାଲିରୁ ବାହାରିଲା ଜନସଂଖ୍ୟା ନିୟନ୍ତ୍ରଣ ସଚେତନତା ରଥ

ସୁବର୍ଣ୍ଣପୁର- ସୁବର୍ଣ୍ଣପୁର ଜିଲ୍ଲା ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ଜନସଂଖ୍ୟା ନିୟନ୍ତ୍ରଣ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି। ଡାକ୍ତରଖାନା ଅଧୀକ୍ଷକ ଡାକ୍ତର ରାମ ଶଙ୍କର ତ୍ରିପାଠୀ ସବୁଜ ପତାକା ଦେଖାଇ ଏହି ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଗାମୀ ୧୬ ଜୁଲାଇ ଯାଏଁ ସୋନପୁର ବ୍ଲକର ଗ୍ରାମକୁ ଗ୍ରାମ ଏହି ରଥ ବୁଲିବ। ଏହା ବ୍ୟତିତ ପୋଷ୍ଟର, ଲିଫଲେଟ ବଣ୍ଟନ, ସ୍ଵାସ୍ଥ୍ୟକାନ୍ଥରେ ବାର୍ତ୍ତା, ଗୃପ ମିଟିଙ୍ଗ ଆଦି ଆୟୋଜନ କରି ଲୋକଙ୍କୁ ପରିବାର ନିୟୋଜନ ପଦ୍ଧତି ଅବଲମ୍ବନ କରିବାକୁ ସଚେତନ କରାଯିବା ପାଇଁ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ପଦକ୍ଷେପ ନିଆଯାଇଛି। ୧୧ ଜୁଲାଇ ରୁ ୨୪ ଜୁଲାଇ ଯାଏଁ ଜନସଂଖ୍ୟା ସ୍ଥିରତା ପକ୍ଷରେ ଲୋକଙ୍କୁ ପରିବାର ନିୟୋଜନ ଅସ୍ତ୍ରୋପଚାର, ଆୟୁସିଡି, ଅନ୍ତରା, କଣ୍ଡୋମ, ଗର୍ଭ ନିରୋଧକ ବଟିକା ଆଦି ସେବା ସ୍ଵାସ୍ଥ୍ୟକେନ୍ଦ୍ର ମାନଙ୍କରେ ବିନା ମୂଲ୍ୟରେ ଯୋଗାଇ ଦିଆଯିବାର ଯୋଜନା ରହିଛି। କାର୍ଯ୍ୟକ୍ରମଟି ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବେଳେ ବିପିଏମ ପ୍ରିୟ ରଂଜନ ସାହୁ, ବିଏମ ସୁଜିତ ସାହୁଙ୍କ ସମେତ ଅନ୍ୟ ସ୍ଵାସ୍ଥ୍ୟ କର୍ମଚାରୀ ଏବଂ ଆଶାକର୍ମୀମାନେ ଉପସ୍ଥିତ ଥିଲେ। ଜନସଂଖ୍ୟା ସ୍ଥିରତା ପକ୍ଷରେ ବିଭିନ୍ନ ପରିବାର ନିୟୋଜନ ସେବା ଆପଣାଇବାକୁ ଏହି ଅବସରରେ ହିତାଧିକାରୀମାନଙ୍କୁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ଅପିଲ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ