Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉଲୁଣ୍ତା ଡିଗ୍ରୀ କଲେଜରେ ବନ ମହୋତ୍ସବ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ କଲେଜ ପରିସରରେ ସୋମବାର ବନ ମହୋତ୍ସବ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ସଂସ୍ଥା ଓ ଯୁବ ରେଡକ୍ରସ ର ଆନୁକୂଲ୍ୟ ରେ ଅନୁଷ୍ଠିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଡେପୁଟି ରେଂଜର ଜୟକୃଷ୍ଣ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୃକ୍ଷ ରୋପଣର ମହତ୍ୱ ଉପରେ ବୁଝେଇଥିଲେ । ଏହି ଅବସରରେ କଲେଜ ପରିସରରେ ବିଭିନ୍ନ ପ୍ରକାରର ମୂଲ୍ୟବାନ ଚାରା ରୋପଣ କରାଯାଇଥିବା ବେଳେ ବୃକ୍ଷର ସୁରକ୍ଷା ନେଇ ଏକ ସପଥ ପାଠ କରାଯାଇଥିଲା । ଜାତୀୟ ସେବା ସଂସ୍ଥାର ସଂଯୋଜକ ଦୁର୍ବାସା ପ୍ରଧାନଙ୍କ ତତ୍ବାବଧାନ ରେ ହୋଇଥିବା ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୁବରାଷ୍ଟ୍ର ସହ ସଂଯୋଜକ ବିଶ୍ୱନାଥ , ଅଧ୍ୟକ୍ଷ ଡ. ଦେବାଶିଷ ପାଣ୍ଡିଆ ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ମାନେ ସାମିଲ ହୋଇ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିଥିଲେ।