Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥ ଭାଇ ପାଖରେ ପହଞ୍ଚିଲେ କଟକ ବିଧାୟକ

ସମ୍ବଲପୁର(କଟକ):ଆନନ୍ଦ ଭବନରେ ଆଜି ପହଞ୍ଚିଛନ୍ତି କଟକ ବିଧାୟକ ମହମ୍ମଦ ମୁକିମ୍।ସେଠାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡବାପାଙ୍କ ପୁଅ ଅର୍ଥାତ ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥ ଭାଇ ଦିଲ୍ଲିପ୍ ପଟ୍ଟନାୟକଙ୍କୁ ଭେଟି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିଛନ୍ତି। ପରିଣତ ବୟସରେ ଥିବା ଦିଲ୍ଲିପ ମଧ୍ୟ ବିଧାୟକ ମୁକିମ୍ ତାଙ୍କ ଭଲ ମନ୍ଦ ବୁଝିବାକୁ ପ୍ରଥମ ବ୍ୟକ୍ତିତ୍ୱ ହିସାବରେ ତୁଳନା କରି ଜଣେ ଜନ ନେତାଙ୍କ ଏହା ପ୍ରାଥମିକତା । ତେଣୁ ମୁକିମ୍ ଙ୍କ ଉଜ୍ଜଳ ଭବିଷ୍ୟତ ସେ କାମନା କରୁଥିବା କହିଥିବା ବେଳେ ବିଧାୟକ ମୁକିମ କହିଛନ୍ତି ଗଣମାଧ୍ୟମରୁ ଜାଣିବା ପରେ ଏହା ପ୍ରାଥମିକ ସେବା ମନେ କରି ମୁଁ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ନିକଟରେ ପହଞ୍ଚି ମୋ ନୈତିକତାର ଦାୟିତ୍ୱ ନେଉଛି । କଟକ ନିର୍ବାଚନ ମଣ୍ଡଳୀର ଦିଲ୍ଲିପ୍ ସାର ହେଉଛନ୍ତି ଜଣେ ବରିଷ୍ଠ ନାଗରୀକ ।ବରିଷ୍ଟଙ୍କ ସେବା ଯତ୍ନ ଯେତିକି ଗୁରୁତ୍ୱପୁର୍ଣ୍ଣ ତାଠାରୁ ଅଧିକ ଗୁରୁତ୍ୱ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଏଇ ଅବିବାହିତ ୨ ଭାଇ ଭଉଣୀଙ୍କ ପ୍ରାଥମିକ ସେବା। ଜଣେ ଲୋକ ପ୍ରତିନିଧି ହିସାବରେ ସେବା ଓ ଯତ୍ନ ମଧ୍ୟ ମୋର ପ୍ରଥମ କାମ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ