Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜଳସେଚନ ର ସମସ୍ୟା ନେଇ ଚାଷୀ ଙ୍କ ସହିତ ଆଲୋଚନା କଲେ ଉପ ଜିଲ୍ଲାପାଳ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ହରିହର ଜୋର ଡାକବଙ୍ଗଳା ଠାରେ ଆଜି କେନାଲ ପାଣି ର ସୁଷମ ବଣ୍ଟନ ପାଇଁ ପ୍ରଶାସନ ଓ ଚାଷୀ ମଧ୍ୟରେ ଆଲୋଚନା ହୋଇଥିଲା l ତେଲ ଡିଭିଜନ ନିର୍ବାହୀଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ଯୋଗ ଦେଇ ଆଲୋଚନା କରୁଥିବାବେଳେ କେନାଲ ଜବର ଦଖଲ ହଟାଇବାରେ ପ୍ରଶାସନ ବିଫଳ ବୋଲି ଚାଷୀ ନେତା କିଶୋର ହୋତା କହିବା ପରେ ହୋ ହାଲ୍ଲା ହେବାରୁ ବୈଠକ ଅଧାରୁ ଉପଜିଲ୍ଲାପାଳ ଉଠି ପଳାଇ ଯାଇଥିଲେ l ଜବରଦଖଲ କୁ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟ ହୋଇ ନଥିବା କଥା ଦୋହରାଇ ଥିବାବେଳେ ନିଜକୁ ଅକ୍ଷମତା ଦର୍ଶାଇ ବୈଠକ ଅଧାରୁ ଉଠି ଚାଲିଯାଇଥିଲେ l ସାଙ୍ଗରେ ଉଭୟ ତହସିଲଦାର ମଧ୍ୟ ଉଠି ଚାଲି ଯାଇଥିଲେ l ବୀରମହାରାଜପୁର ଉପଖଣ୍ଡ ର ଏକ କୃଷକ ସଂଗଠନ ର ଅଭିଯୋଗ କୁ ନେଇ ଉକ୍ତ ବୈଠକ ଡକା ଯାଇଥିବାବେଳେ କୃଷକ ସଂଗଠନ କୁ ମଧ୍ୟ ସୂଚନା ଦିଆଯାଇ ନଥିବା ଅଭିଯୋଗ ହେଉଛି l ବୀରମହାରାଜପୁର ହରିହର ଜୋର ମଧ୍ୟମ ଜଳ ସେଚନ ପ୍ରକଳ୍ପ ରେ ଖରିଫ ସମୟରେ ୯୪୫0 ହେକ୍ଟର ଚାଷ ଜମିକୁ ଜଳ ସେଚନ ଏବଂ ରବି ଫସଲ ସମୟରେ ୨୬00 ହେକ୍ଟର ଚାଷ ଜମିକୁ ଜଳ ସେଚନ ର ବ୍ୟବସ୍ଥା ରହିଛି l ଆଜି ଯାଏ ୨00୧ ମସିହା ଠାରୁ କେନାଲ ଜରିଆରେ ପାଣି ଛାଡୁଥିଲେ ମଧ୍ୟ ସଠିକ ଭାବରେ ପାଣି ପହଞ୍ଚୁ ନଥିବା ଜଣାଯାଇଛି l ମାଇନର ଓ ସବମାଇନର କେନାଲ ରେ ଥିବା ଫଲ ଓ ଆଉଟଲେଟ ଭାଙ୍ଗି ଅଚଳ ହୋଇ ପଡି ରହିଛି l ସେଚାଞ୍ଚଳ ଚାଷୀ ଯେତେ ଅଭିଯୋଗ କଲେବି କିଛି କାର୍ଯାନୁଷ୍ଠାନ ହେଉନାହିଁ l ଆଜି ଏନେଇ ଅଭିଯୋଗ ହେବାରୁ ଉପଜିଲ୍ଲାପାଳ ବୈଠକ ଅଧାରୁ ଉଠି ଚାଲିଯିବା ଦୁର୍ଭାଗ୍ୟ ଜନକ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି l ଉକ୍ତ ବୈଠକ ରେ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଙ୍କ ସହିତ ଉଲୁଣ୍ଡା ତହସିଲଦାର , ବୀରମହାରାଜପୁର ଅତିରିକ୍ତ ତହସିଲଦାର ସ୍ୱାଗତ କୁମାର ପଣ୍ଡା , କନିଷ୍ଠ ଯନ୍ତ୍ରୀ ସମୀରକାନ୍ତ ସିଂ ଚାଷୀ ପ୍ରତିନିଧି କିଶୋର ହୋତା , ରାଜୁ ପାଢ଼ୀ , ବେଣୁଧର ପଧାନ , ସନ୍ତୋଷ ତ୍ରିପାଠୀ , କୁମାର ଭୋଇ , ରମେଶ ପଧାନ , ବୀର ପଧାନ ପ୍ରମୁଖ ଯୋଗ ଦେଇଥିଲେ l ପ୍ରତ୍ୟେକ ଶୁକ୍ରବାର ଜଳ ସେଚନ ଅଫିସ ରେ ଅଭିଯୋଗ ଶୁଣାଣି ଶିବିର କରାଯିବ ବୋଲି ନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଥିଲେ l