ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତାରେ ଥିବା ପ୍ରାଣି ଚିକିତ୍ସା କେନ୍ଦ୍ର ଟି ଦିର୍ଘ ଦିନ ହେବ ବନ୍ଦ ରହୁଥିବା ଅଭିଯୋଗ କରି ସ୍ବେଛାସେବି ଅନୁଷ୍ଟାନ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ପ୍ରକାଶ ଯୋଗ୍ୟ କି ଖଣ୍ଡହତା ତଥା ଆଖପାଖ ଅଞ୍ଚଳ ପଶୁପାଳକ ମାନେ ପଶୁଙ୍କ ଚିକିତ୍ସା ଏବଂ ବିଭିନ୍ନ ପ୍ରକାର ସହାୟତା ପାଇଁ ସରକାର ଖଣ୍ଡହତା ରେ ଏକ ପ୍ରାଣି ଚିକିତ୍ସା କେନ୍ଦ୍ର ଖୋଲିଥିଲେ l କିନ୍ତୁ ବହୁ ଦିନ ହେବ ଉକ୍ତ କେନ୍ଦ୍ର କୁ କୈାଣସି ପ୍ରାଣି ଚିକିତ୍ସକ ନ ଆସିବା ଯୋଗୁଁ ପଶୁପାଳକ ମାନେ ବହୁ ହଇରାଣ ହେଉଥିବା ବେଳେ କିଛି ଘୋରେlଇ ପଶୁଚିକିତ୍ସକ ଙ୍କ ଦ୍ବାରା ଚିକିତ୍ସିତ କରେଇ ବହୁ ଖର୍ଚ୍ଚାନ୍ତ ହେବାକୁ ପଡୁଥିବା ଅଭିଯୋଗ ହେଉଛି । ଏ ନେଇ ଆଜି ବୀରମହାରାଜପୁର ଅଞ୍ଚଳ ର ଆଗ୍ରଣି ସ୍ବେଛାସେବି ଅନୁଷ୍ଟାନ ସିୟା ର ସମ୍ପାଦକ ସୁଦାମ ଗାଇଗରିଆଙ୍କ ତତ୍ବାବଧାନରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଲେନ୍ଦୁ ରାଏ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସୁଚନା ଥାଉ କି ଏହି ପଶୁ ଚିକିତ୍ସା କେନ୍ଦ୍ର ରେ ନିୟମିତ ପଶୁ ଚିକିତ୍ସକ ନ ଥିବା ବେଳେ ପିତାମହୁଳ ରେ ଥିବା ପଶୁ ଚିକିତ୍ସକଙ୍କୁ ଖଣ୍ଡହତା ପଶୁ ଚିକିତ୍ସକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଥିବା ଜଣାପଡିଛି I ତେବେ ସେ କେବେ ଆସୁ ନ ଥିବାରୁ ସବୁ ସମୟରେ ପ୍ରାଣି ଚିକିତ୍ସାକେନ୍ଦ୍ର ବନ୍ଦ ରହୁଥିବା ଅଭିଯୋଗ କରିଥିବା ଜଣାଯାଇଛି । ଯଥା ଶିଘ୍ର ଜଣେ ପଶୁ ଚିକିତ୍ସକ ଉକ୍ତ ସ୍ଥାନ କୁ ଦେବାକୁ ସ୍ବେଛାସେବି ଅନୁଷ୍ଟାନ ସିୟା ଜିଳ୍ଲାପାଳ ଙ୍କୁ ଅନୁରୋଧ କରିଛନ୍ତି ।
ଖଣ୍ଡହତା ପ୍ରାଣୀ ଚିକିତ୍ସାଳୟ ରେ ତାଲା ; ଜିଲ୍ଳାପାଳ ଙ୍କ ଦ୍ଵାରସ୍ଥ ହେଲେ ସ୍ୱେଚ୍ଛାସେବୀ
