Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିସୁଟ କର୍ତ୍ତୃପକ୍ଷଙ୍କ ଦୃଷ୍ଟାନ୍ତମୂଳକ ପଦକ୍ଷେପ, ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ଯାନବାହନ ରଖିବା ରେ ଲାଗିଲା କଟକଣା

ଚିପିଲିମା (ବୁର୍ଲା) ସମ୍ବଲପୁର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ରେ ଛାତ୍ରଛାତ୍ରୀଙ୍କ ନିଜ ଯାନବାହନ ଚଳାଚଳ ନେଇ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣା ମାନ ଘଟୁଥିବାବେଳେ, କର୍ତ୍ତୃପକ୍ଷ ଏନେଇ କଟକଣା ଲଗେଇ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଛନ୍ତି।ବିଶ୍ୱବିଦ୍ୟାଳୟ ତଥା ହଷ୍ଟେଲ ପରିସରରେ କୌଣସି ଛାତ୍ର ଛାତ୍ରୀ ଏଣିକି ଯାନବାହନ ରଖିପାରିବେ ନାହିଁ ବୋଲି ଆଦେଶନାମା ଜାରୀକରିଛନ୍ତି।ସେମାନେ ସାଇକେଲରେ ଯିବାଆସିବା କରିପାରିବେ କିମ୍ବା ବାହାରେ ରହୁଥିଲେ ସର୍ବସାଧାରଣରେ ଚାଲୁଥିବା ବସ ଟେମ୍ପୁ ଆଦିରେ ଆସିପାରିବେ।ଏପରି ହେବାଦ୍ୱାରା ଦୁର୍ଘଟଣା, ବିଳମ୍ବିତ ରାତିରେ ଯିବାଆସିବା, ଅସାମାଜିକ ଘଟଣା ଗୁଡିକୁ ରୋକିବା ଦିଗରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି।ଅଭିବାବକ ମାନେ ନିଜ ନିଜ ପିଲାଙ୍କୁ ଯାନବାହନ ରୁ ଦୁରେଇ ରଖିବାକୁ କର୍ତ୍ତୃପକ୍ଷ ନିଵେଦନ କରିଛନ୍ତି।ଏପରି ନିର୍ଦ୍ଧେଶନାମା କୁ କୌଣସି ଛାତ୍ରଛାତ୍ରୀ ଉଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କର୍ତ୍ତୃପକ୍ଷ ଜଣାଇଛନ୍ତି।କର୍ତ୍ତୃପକ୍ଷ ଙ୍କ ଏପରି ଏକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ କୁ ବୁଦ୍ଧିଯିବି ମହଲରେ ସ୍ୱାଗତ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ