Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କାଦୋଦର କଲେଜ ରେ ବନ ମହୋତ୍ସବ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମା ଉମାଦେବୀ ଆଞ୍ଚଳିକ କଲେଜ ଠାରେ ଯୁବ ରେଡକ୍ରସ ତରଫରୁ ୭୪ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଅଧ୍ୟାପକ ତଥା ଯୁବ ରେଡକ୍ରସ କାଉନସେଲର ଉଦ୍ଧବ ପଧାନ ଙ୍କ ତତ୍ଵାବଧାନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ବଲ୍ଲଭ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ l ଅଧ୍ୟାପକ ନିତ୍ୟାନନ୍ଦ ମିଶ୍ର , ସୁଶାନ୍ତ ଦେହୁରୀ , ବାଳମକୁନ୍ଦ ବାରିକ , ନିତ୍ୟାନନ୍ଦ ମିଶ୍ର , ଅଧ୍ୟାପିକା ସାଧନା ମେଣ୍ଡିଲି , ରଂଜିତା ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବୃକ୍ଷରୋପଣ ର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ l ଏହି ଅବସର ରେ କଲେଜ ପରିସର ରେ , ନିମ୍ବ , ଆମ୍ବ , ଜାମୁ , ପଣସ , ଅଁଳା ଆଦି ଚାରା ରୋପଣ କରା ଯାଇଥିଲା l ଆଶିଷ କୁମାର ଦେହୁରୀ , ଶମ୍ଭୁ ପ୍ରସାଦ ଭୋଇ , ନରୋତ୍ତମ କର୍ମୀ , ଯୋଗୀନ୍ଦ୍ର ପଧାନ , ସୁଶାନ୍ତ ମିଶ୍ର , ବାଦଲ ଦେହୁରୀ ତଥା ସମସ୍ତ ଛାତ୍ରଛାତ୍ରୀ କାର୍ଯ୍ଯକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ ।