Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଦ ଗୁଣ୍ଡେରପୁର ପଞ୍ଚାୟତ ର ବିଭିନ୍ନ ସମସ୍ୟା ନେଇ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ, ସମସ୍ୟାର ସମାଧାନ ନହେଲେ ୧୯ ରେ ଅନଶନ ଚେତାବନୀ

ଚିପିଲିମା,୧୨/୦୭ ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ କୁଦ ଗୁଣ୍ଡେରପୁର ପଞ୍ଚାୟତ ରେ ବିଭିନ୍ନ ସମସ୍ୟା ଲାଗିରହିଥିବାବେଳେ, ସମସ୍ୟା ର ସମାଧାନ ପାଇଁ ସଂଗ୍ରାମ ସମିତି ଅଧ୍ୟକ୍ଷ ସୌମିତ୍ରୀ ପାଢ଼ୀ ଜିଲାପାଳ ଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିଛନ୍ତି।ଦାବିପତ୍ର ଅନୁଯାଇ ହାଇସ୍କୁଲ ରେ ଖଲପଡିଥିବା ଶିକ୍ଷକ ପଦବୀ ପୂରଣ, ହୁମା ପଟକୁ ଏକ ପୋଲ ନିର୍ମାଣ,ବଦଳିହୋଇଥିବା ପୁରୁଷ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ବଦଳିକୁ ଖାରଜ କରି ପୁନଃ ଅବସ୍ଥାପିତ,
ନବନିର୍ମିତ ପୋଲ ଉପର ତଥା ଉଭୟ ମୁଣ୍ଡରେ ଅଲୋକୀକରଣ, ବକ୍ର ମନ୍ଦିର ହୁମାକୁ ସିଟି ବସ ଚଳାଚଳ କରିବା ଭଳି ଦାବି ଉପସ୍ଥାପନ କରାଯାଇଛି।ଅବିଳମ୍ବେ ଦାବି ପୂରଣ ନହେଲେ ଆସନ୍ତା ୧୯ ତାରିଖ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ରେ ବସିବେ ଵୋଲି ସଂଗ୍ରାମ ସମିତି ଅଧ୍ୟକ୍ଷ ସୌମିତ୍ରୀ ପାଢ଼ୀ ଚେତାବନୀ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ