Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବାଞ୍ଜିପଦର ପ୍ରେମୀ ଯୁଗଳ ମୃତ୍ୟୁ ମାମଲାରେ ୩ ଗିରଫଝିଅର ବାପା, କାକା ଓ ଜ୍ୱାଇଁ ହତ୍ୟାକାରୀ

ଧର୍ମଗଡ଼,ତା୧୨/୭ – ବହୁ ଚର୍ଚିତ ବାଞ୍ଜିପଦର ଗ୍ରାମ ପ୍ରେମୀଯୁଗଳ ମୃତ୍ୟୁ ମାମଲାରେ ପ୍ରେମିକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ କଳାହାଣ୍ଡି ପୋଲିସ ମାମଲାର ତଦନ୍ତ କରି ୩ ଜଣକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏ ନେଇ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳିନୀରେ କଳାହାଣ୍ଡି ଏସପି ଅଭିଳାଶ ଜୀ ସୂଚନା ଦେଇଛନ୍ତି । ପୋଲିସରୁ ମିଳିଥିବା ସୂଚନା ଅନୁଯାୟୀ ଧର୍ମଗଡ ଥାନା ଅନ୍ତର୍ଗତ ବାଞ୍ଜିପଦରଗ୍ରାମ ର ମୋହନ ପଟେଲ ଙ୍କ ପୁଅ ସୁନିଲ ପଟେଲ (୨୨) ଓ ସେହି ଗ୍ରାମ ର ଜେମାମଣି ପଟେଲ (୧୮) ଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ଗଢ଼ି ଉଠି ଥିଲା । ଉଭୟ ପ୍ରେମୀ ଯୁଗଳ ସମ୍ପର୍କ ରେ କକା ଝିଆରୀ ଥିଲେ । ଉଭୟ ପ୍ରେମୀ ଯୁଗଳ ଗତ ୩୦.୬.୨୩ ଶୁକ୍ରବାର ଦିନ ଘରୁ କେଉଁ ଆଡେ ଫେରାର ହୋଇ ଯାଇ ଥିଲେ l lଏହାକୁ ନେଇ ସେହିଦିନ ଝିଅଙ୍କ ପରିବାର ଗାଁ ରେ ଏକ ସଭା ହୋଇଥିଲା ଏବଂ ପୁଅକୁ ସାହାଯ୍ୟ କରିଥିବା ଅଭିଯୋଗରେ କୁଆଡେ ତା’ର ଦୁଇ ସାଙ୍ଗକୁ ଝିଅର ପରିବାର ଲୋକେ ମାଡ ମାରିଥିଲେ। ତେବେ ପ୍ରେମୀଯୁଗଳ ନିକଟସ୍ଥ ଗତାଗୁଡା ଗାଁ ର ଏକ ଆଖୁ କିଆରୀରେ ଲୁଚିଥିବା ଖବର ପାଇ ଝିଅର ପରିବାର ଲୋକେ ଉଭୟଙ୍କୁ ଠାବକରି ବାଞ୍ଜିପଦରର ଏକ ନାଳରେ ତଣ୍ଟି ଚିପି ମାରି ଦେଇଥିଲେ। ଘଟଣାକୁ ଆତ୍ମହତ୍ୟା ର ରୁପଦେବାକୁ ପରେ ଗଛରେ ଟାଙ୍ଗୀ ଦେଇଥିଲେ । ତେବେ ପ୍ରତକ୍ଷଦର୍ଶିଙ୍କ କହିବା ଅନୁଯାୟୀ ମୃତଦେହ ଯୁଡ଼କ ପୋଡି ଯାଇଥିବା ଦେଖିବାକୁ ମିଳିଥିଲା।l ଏ ସମ୍ପର୍କ ରେ ଗତ ଜୁଲାଇ ଦୁଇ ତାରିଖ ରେ ଧର୍ମଗଡ ଥାନା ରେ ଏକ ନିଖୋଜ ଅଭିଯୋଗ ମଧ୍ୟ ହୋଈଥିଲା । ଘଟଣାର ୧୦ ଦିନ ପରେ ଅର୍ଥାତ୍ ଗତ ୯ ତାରିଖ ରେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୋଲିସ ପ୍ରେମୀ ଯୁଗଳଙ୍କ ଗଳିତ ଶବ ଉଦ୍ଧାର କରା ଯାଇଥିଲା । ମୃତ ଦେହ ଉଦ୍ଧାର ପରେ ସୁନିଲ ଙ୍କ ପିତା ଙ୍କ ଅଭିଯୋଗ କ୍ରମେ ଧର୍ମଗଡ ପୁଲିସ କେସ ନଂ -୧୪୬ ଦଫା ୩୦୨,୨୦୧ ଓ ୩୪ ଆଇପିସି ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ସୋମବାର ଧର୍ମଗଡ ଉପ ଖଣ୍ଡ ଚିକିତ୍ସାଳୟ ରେ ଉଭୟ ପ୍ରେମୀ ଯୁଗଳ ଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରା ଯାଇ ଥିଲା । ଧର୍ମଗଡ଼ ଉପଖଣ୍ଡ ଅଧିକାରୀ ଧୀରଜ ଚୋପଦାରଙ୍କ ନେତୃତ୍ୱ ରେ ତଦନ୍ତ ଏକ ଟିମ ତଦନ୍ତ କରି ମୃତ ଝିଅ ର ବାପା ଦେବାନନ୍ଦ ପଟେଲ, କଳା କାନେଶ୍ୱର ପଟେଲ ଓ ଜ୍ୱାଇଁ ଠଣ ସୁନ୍ଦର ନାଏକକୁ ହତ୍ୟା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି। l ତେବେ ଆଶ୍ଚର୍ଯ୍ୟ ର ବିଷୟ ଯେ ହତ୍ୟା କାଣ୍ଡ ର ଦଶ ଦିନ ପର୍ଯ୍ୟନ୍ତ ମୃତ ଦେହର ସୁରାଗ ପୋଲିସ ପାଇଲେ ନାହିଁ କାହିଁକି ?କାରଣ ବର୍ତମାନ ଚାଷ ବାସ ସମୟରେ ଲୋକେ ପ୍ରାୟ ୧୬ ଘଣ୍ଟା କ୍ଷେତଖଳାରେ ରହୁଥିବା ବେଳେ ୧୦ ଦିନ ଧରି ମୃତ ଦେହ ଲୁଚାଇବା ସମ୍ଭବ ନୁହେଁ। ୧୦ଦିନରେ ମୃତ ଦେହ ପଚି ଗନ୍ଧାଇବ । ପୋଲିସ କେବଳ ତଣ୍ଟିଚିପି ହତ୍ୟା କରିବା କହୁଥିବା ବେଳେ ଶବ ପୋଡ଼ିବା ନେଇ କୌଣସି ସ୍ପଷ୍ଟ ସୂଚନା ଦେଉନାହି । ହତ୍ୟା କାଣ୍ଡ ପଛରେ ବଡ଼ ଷଡଯନ୍ତ୍ର ହୋଇ ପୁଅ ଝିଅ ଙ୍କୁ କିଛିଦିନ ଲୁଚେଇବା ପରେ ହତ୍ୟା କରାଯାଇଥିବା ମଧ୍ୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।