ବୀରମହାରାଜପୁର : ରାଜ୍ୟ ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ଆହ୍ବନ କ୍ରମେ ଆସନ୍ତା ୧୪ ତାରିଖ ରୁ କଳାବ୍ୟାଚ ପରିଧାନ ପୂର୍ବକ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ କୃଷି କର୍ମଚାରୀ କାର୍ଯ୍ୟକରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି I ଏ ନେଇ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟ ଦାବି ଗୁଡିକରେ ଗ୍ରେଡ ପେ ୨୦୦୦ ରୁ ୪୨୦୦ କୁ ବୃଦ୍ଧି , ପଦବି ର ନାମ ପରିବର୍ତ୍ତନ , ଚୁକ୍ତିଭିତ୍ତିକ ବ୍ୟବସ୍ଥା କୁ ବିଳୋପ କରି ୨୦୧୩ ରୁ ପୁର୍ବରୁ ନିଯୁକ୍ତି ପାଇଥିବା କର୍ମଚାରୀ ମାନଙ୍କ ୬ ବର୍ଷ କୁ ମୁଳ ଚାକିରି ରେ ଗଣନା , କ୍ୟାଡର ପୁନଗଠନ., ନିଯୁକ୍ତି ରେ ଶିକ୍ଷାଗତ ଯୋଗ୍ୟତା ବୃଦ୍ଧି , ସଂଶୋଧିତ ଜବ ଚାର୍ଟ୍ଟ ଜାରି ଆଦି ୬ ଦଫା ଦାବି ନେଇ ଆସନ୍ତା ୧୪ ତାରିଖ ଦିନ ରୁ କଳାବ୍ୟାଜ ପରିଧାନ କରି କାମ କରିବେ I ଯଦି ସରକାର କୈାଣସି କର୍ଣ୍ଣପାତ ନ କରନ୍ତି ତେବେ ଅଗଷ୍ଟ ୧ ରୁ ସାମୁହିକ ଛୁଟି ରେ ଯିବା କୁ ଚେତାବନି ଦେଇଥିବା ଜଣାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ଶୁଶାନ୍ତ ମଲ୍ଲିକ , ମନୋଜ ଅମାତ , ଆଶିଶ ସେଠୀ , ଝସକେତନ ମେହେର , ପ୍ରଶାନ୍ତ ସେଠୀ , ବ୍ରଜ କିଶୋର ମହଳା , ପ୍ରଜ୍ଞାପରମିତା ମିଶ୍ର , ପ୍ରଦିପ ପଧାନ ପ୍ରମୁଖ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟକୃଷି ଅଧିକାରିଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।
ଆସନ୍ତା 14 ତାରିଖ ରୁ କଳାବ୍ୟାଚ ପରିଧାନ କରିବେ ଗ୍ରାମ୍ୟ କୃଷି କର୍ମଚାରୀ
