Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡଶା.ନ୍ୟୁଜ ପ୍ରଭାବ:୨୪ ଘଣ୍ଟାରେ ମରାମତି ହେଲା ରାସ୍ତା,ସ୍ଥାୟୀ ରାସ୍ତା ପାଇଁ ମିଳିଲା ପ୍ରତିଶୃତି

ସମ୍ବଲପୁର:କେନ୍ଦ୍ରୀୟ ବିଦ୍ୟାଳୟ-୧ ର ଗେଟ ନ-୨ ରାସ୍ତାର ଅବସ୍ଥା ନେଇ ପ୍ରଥମ ଖବର ପ୍ରକାଶ ପାଇବାର ୨୪ ଘଣ୍ଟା ମଧ୍ୟରେ ମହାନଗର ନିଗମ ନେଇଛି ପଦକ୍ଷେପ।ବର୍ଷାରେ ଅତି ସାଙ୍ଗାତିକ ଅବସ୍ଥାରେ ଥିବା ଏହି ରାସ୍ତାକୁ ନେଇ ଓଡିଶା.ନ୍ୟୁଜରେ “ବଡ ଲୋକଙ୍କ ନଜର ପଡୁନି,ପ୍ରୟାସ ଛୋଟ,ଅର୍ଥ ଅନେକ” ଶୀର୍ଷକରେ ଏକ ଖବର ପ୍ରକାଶ ପାଇଥିଲା।ସାମନ୍ୟ ବର୍ଷାରେ ରାସ୍ତା ସାରା କୁତ୍ରିମ ବନ୍ଦ ହୋଇ ପଡିଥିଲା। ଶହ ଶହ କୋମଲମତି ଛାତ୍ର ଛାତ୍ରୀ ସେ ରାସ୍ତା ଦେଇ ଆସୁଛନ୍ତି ଏବଂ ଅନେକ ସମୟରେ ପଡି ତାଙ୍କ ସାର୍ଟ,ପେଣ୍ଟ,ବହିପତ୍ର ନଷ୍ଟ ହେଉଥିଲା ! ରୋଡ଼ ର ଅବ୍ୟବସ୍ଥା, ଅବଡ଼ା ଖlବଡ଼ା ପାଇଁ କାହାର ଦୃଷ୍ଟି ପଡୁ ନଥିଲା ! ଦୁଲାଲ ରାୟ ,ଅଶୋକ ମିଶ୍ରଙ୍କ ପରି କିଛି ସମାଜସେବୀଙ୍କ ଶ୍ରମଦାନରେ ହୋଇଥିବା ଗର୍ତ ଗୁଡିକରୁ ପାଣି ନିଷ୍କାସନ ପରି ଖବର ପରିବେଷଣ କରି କହାନଗର ନିଗମର ଦୃଷ୍ଟି ଆକର୍ଷଣ କରା ଯାଇଥିଲା । ଖବର ପ୍ରକାଶ ପାଇବାର ୨୪ ଘଣ୍ଟା ମଧ୍ୟରେ ରାସ୍ତାକୁ ଅସ୍ଥାୟୀ ଭାବେ ମରାମତି କରାଯାଇଥିଲେ ବି ତୁରନ୍ତ ଟେଣ୍ଡର କରି ରାସ୍ତା ନିର୍ମାଣ କରାଯିବ ବୋଲି କମିସନର ସୂଚନା ଦେଇଛନ୍ତି।