Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାସନ୍ତୀକୁଣ୍ଡ ସଙ୍କଟମୋଚନ ହନୁମାନ ମନ୍ଦିରରେ ଭାଗବତ ଜନ୍ମ ମହୋତ୍ସବ ପାଳିତ

ଜମନକିରା : ପାନପୋଷ ବ୍ଲକ୍ କଲୁଙ୍ଗା ପଞ୍ଚାୟତ ଅନ୍ତର୍ଗତ ବାସନ୍ତୀକୁଣ୍ଡ ଗ୍ରାମରେ ଥିବା ପ୍ରସିଦ୍ଧ ଶ୍ରୀ ସଙ୍କଟମୋଚନ ହନୁମାନ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ‘ଭାଗବତ ଜନ୍ମ’ ମହୋତ୍ସବ ଅତ୍ୟନ୍ତ ଭକ୍ତିପୂତ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଧାର୍ମିକ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ। ଉକ୍ତ ଉତ୍ସବରେ ମୁଖ୍ୟ କର୍ତ୍ତା ଭାବେ ଶ୍ରୀ ସନ୍ତୋଷ ମହାପାତ୍ର ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ରେଣୁକା ସ୍ମିତ ମହାପାତ୍ର ଯୋଗଦେଇ ନିଷ୍ଠାର ସହ ପୂଜାର୍ଚ୍ଚନା ସମ୍ପାଦନ କରିଥିଲେ। ମନ୍ଦିରର ମୁଖ୍ୟ ପୂଜକ ପଣ୍ଡିତ ରାଧାକାନ୍ତ ପାଣିଗ୍ରାହୀ ବୈଦିକ ରୀତିନୀତି ଅନୁଯାୟୀ ଯଥାବିଧି ପୂଜାକାର୍ଯ୍ୟ ଓ ହୋମଯଜ୍ଞ ତୁଲାଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ପୂଜ୍ୟ ଭାଗବତ କଥାକାର ଯୋଗଦେଇ ଶ୍ରୀମଦ୍ ଭାଗବତର ମହତ୍ତ୍ୱ, ଆଧ୍ୟାତ୍ମିକ ଦିଗ ଏବଂ ମାନବ ଜୀବନରେ ଏହାର ଗୁରୁତ୍ୱ ସମ୍ପର୍କରେ ସାରଗର୍ଭକ ପ୍ରବଚନ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାନପୋଷ ମଜଦୁର ସଂଘର ସମ୍ପାଦକ ତଥା ମୁଖ୍ୟ ବକ୍ତା ଉମାଶଙ୍କର ମାଝୀ ଉପସ୍ଥିତ ରହି ଭକ୍ତମାନଙ୍କୁ ଭଗବତ୍ ଚିନ୍ତନ ଓ ଧାର୍ମିକ ଜୀବନଯାପନ ପାଇଁ ଉତ୍ସାହିତ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହିତ ସମାପ୍ତ ହେବା ପରେ, ସମବେତ ସମସ୍ତ ଶ୍ରଦ୍ଧାଳୁ ତଥା ଭକ୍ତମାନଙ୍କ ମଧ୍ୟରେ ମହାପ୍ରସାଦ ବଣ୍ଟନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories