ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ସିଂପାଳି ନିକଟ ଚାନ୍ଦିଲି ସଂରକ୍ଷିତ ଜଙ୍ଗଲରେ ବାରହା ମାଂସ କଟାଯାଇଥିବା ବନବିଭାଗ ସୂଚନା ପାଇ ଚଢାଉ କରିଥିଲା । ଚଢାଉ ସମୟରେ ଘଟଣା ସ୍ଥଳରୁ ୨ ଜଣଙ୍କୁ ଗିରଫ କରି ଥିବାବେଳେ ଉକ୍ତ ସ୍ଥାନରୁ କିଛି ବାରହା ମାଂସ ଏବଂ ଜନ୍ତୁ ଶିକାର ପାଇଁ ବ୍ଯବହ୍ରୁତ ତାର ସମେତ ଟାଙ୍ଗିଆ ସହ ଅନ୍ଯାନ୍ଯ ସାମଗ୍ରୀ ଜବତ କରିଛି l ସେମାନେ ହେଲେ ସିଂପାଲିର ବିଲସେନ ଟପନୋ ଏବଂ ହାତୀଳିମୁଣ୍ଡା ଗ୍ରାମର ନବୀନ ଡୁଙ୍ଗଡୁଙ୍ଗ ବୋଲି ଜଣାପଡିଛି l ସୂଚନା ଅନୁସାରେ ଉକ୍ତ ଜଙ୍ଗଲରେ ବାରହା ମାଂସ କାଟୁଥିବା ବନବିଭାଗ ଖବର ପାଇ ରେଞ୍ଜର ସଂଜୀବ ରାଉତଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା l ଚଢ଼ାଉ ସମୟରେ ସେଠାରୁ କିଛି କଟା ମାଂସ , ଜନ୍ତୁ ଶିକାର ପାଇଁ ବ୍ୟବହୁତ ବିଦ୍ୟୁତ ତାର , ଗୋଟିଏ ଟାଙ୍ଗିଆ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ l ଏହି ଘଟଣାରେ ଦୁଇଜଣଙ୍କୁ ବନବିଭାଗ ଅଟକ ରଖି ପଚରା ଉଚୁରା କରିବା ସହ ଅଧିକ ତଦନ୍ତ କରୁଥିଲା । ତେବେ ଉଭୟେ ଘଟଣାର ସଂପୃକ୍ତି ଥିବା ଜଣାପଡିବା ପରେ ଉଭୟଙ୍କୁ ଗିରଫ କରିଥିଲେ l ଏହି ଘଟଣାରେ ଆଉ କେତେ ଜଣଙ୍କ ସଂପୃକ୍ତି ରହିଛି ତଦନ୍ତ ଜାରି ରହିଥିବା ରେଞ୍ଜର ଶ୍ରୀ ରାଉତ ସୂଚନା ଦେଇଛନ୍ତି।
ବାର୍ହା ମାଂସ ଜବତ ; ଦୁଇ ଗିରଫ
