Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ନୂତନ ଗୃହ ପ୍ରତିଷ୍ଠା

ବେଲଗୁଣ୍ଠା, 14/07, ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ନୂତନ ଗୃହ ପ୍ରତିଷ୍ଠା କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନ ସଭାପତି ନୀଳମଣି ବିଷୋୟୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ରୂପେ ସାଇ କେଶରୀୟା ଚାରିଟେବଲ୍ ଟ୍ରଷ୍ଟ ସଭାପତି ଗୋପାଳ ରାଉତ,ପୁର୍ବତନ ସଭାପତି ଶରତଚନ୍ଦ୍ର ବିଷୋୟୀ,ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ପରିଷଦ ସମ୍ପାଦକପ୍ରକାଶ ବିଷୋୟୀ,ପ୍ରଧାନ ଆଚାର୍ଯ୍ୟାସସ୍ମିତା ମାଝୀ,ସମ୍ପାଦକ ସୀମାଞ୍ଚଳ ପୃଷ୍ଟି ,ଯୁଗ୍ମ ସମ୍ପାଦକ ପ୍ରକାଶ ଚନ୍ଦ୍ର ବିଷୋୟୀ, ସମାଜସେବୀ ପିତାମ୍ବରପ୍ରଧାନ, ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ, ଏଏସ୍ଆଇ ସୁଷମା ବେହେରା ମହିଳା ସମାଜସେବୀ ପୁଷ୍ପାଞ୍ଜଳି ବିଷୋୟୀ,
ଶୋଭାରାଣୀ ପୃଷ୍ଟି, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ,ସାମ୍ବାଦିକ କୃଷ୍ଣଚନ୍ଦ୍ର ପଟ୍ଟନାୟକ,ରାଜେଶ୍ ପାତ୍ର
ପଞ୍ଚାନନ ସାହୁ,ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ନିତ୍ୟାନନ୍ଦ ବିଷୋୟୀ,ବିକ୍ରମ ପାତ୍ର ରଙ୍କ ବିଷୋୟୀ,ଦିବାକର ବିଷୋୟୀ,ପଦ୍ମ ବିଷୋୟୀଙ୍କ ସମେତ ସମସ୍ତ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହି ଅନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି ଏବଂ ଛାତ୍ରଛାତ୍ରୀଙ୍କ ଊନ୍ନତି ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ I ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା I ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ସମ୍ପାଦକ ସୀମାଞ୍ଚଳ ପୃଷ୍ଟି ଧନ୍ୟବାଦ ଜ୍ଞାପନ କରିଥିଲେ I କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଗୁରୁଜୀ, ଗୁରୁମା ଏବଂ କର୍ମଚାରୀ ସହଯୋଗ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ