Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳା ଯାନ୍ତ୍ରିକ ମହାବିଦ୍ୟାଳୟ ଛାତ୍ରଙ୍କ ଚକ ଖଡ଼ିରେ ସୁକ୍ଷ୍ମ କାରିଗରୀ ।ଚନ୍ଦ୍ରାୟାନ ୩ ର ସଫଳତା କାମନା

ଗୋପାଳପୁର ୧୪/୦୭
ଶୀତଳାପଲ୍ଲୀ ସ୍ଥିତ ପାରଳା ଯାନ୍ତ୍ରିକ ମହାବିଦ୍ୟାଳୟର ଛାତ୍ର ବିଜୟ କୁମାର ରେଡି ବହୁ ଥର ଚକ ଖଡ଼ିରେ ସୁକ୍ଷ୍ମ କାରିଗରୀ କରି ସମସ୍ତଙ୍କ ପ୍ରିୟ ହୋଇଛନ୍ତି l
ଶିଳ୍ପୀ ବିଜୟ କୁମାର ରେଡ୍ଡୀଙ୍କ ପକ୍ଷରୁ ଚନ୍ଦ୍ରାୟନ ୩ ର ସଫଳତା କାମନା କରି ଚକଖଡ଼ିରେ ଅତି ସୁକ୍ଷ୍ମ କାରିଗରୀରେ ଚନ୍ଦ୍ରୟାନ ୩ ତିଆରି କରିଥିଲେ l ଏହି କଳାକୃତିକୁ ଚକରେ ଗୋଟିଏ ଦିନ ଅକ୍ଳାନ୍ତ ପରିଶ୍ରମ କରି ୧ ଇଞ୍ଚର ଗୋଟି ଚକ୍ ନିର୍ମାଣ ସହ ରଙ୍ଗ ଦେଇଥିଲେ। ପୂର୍ବରୁ ବିଜୟ ଚକ ଖଡ଼ିରେ ବିଭିନ୍ନ ସୁକ୍ଷ୍ମ କାରିଗରୀ ପ୍ରସ୍ତୁତ କରି ରାଜ୍ୟପାଳ, ଉପ ରାଷ୍ଟ୍ରପତି, ୫-ଟି ସଚିବ, ବାଚସ୍ପତି, ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଦାନ କରିଥିଲେ l କଳାକୃତିକୁ ଆଗାମୀ ଦିନରେ ଏହିପରି କଳାକୃତି ମାନ ନିର୍ମାଣ କରି ଓଡ଼ିଶାର ନାମକୁ ଆଗକୁ ବଢ଼ାଇବା ପାଇଁ ପ୍ରଚେଷ୍ଟା ଜାରି ରଖିବେ ବୋଲି ବିଜୟ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ବିଜୟ ଇଞ୍ଜିନିୟରିଂ ପାଠପଢ଼ା ସହ ଚକଖଡି ରେ ବିଭିନ୍ନ କଳାକୃତି କରି ଉଚ୍ଚ ପ୍ରଶଂସିତ ହେବା ସହ ଏସିଆ ଏବଂ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି।