ବୃକ୍ଷ ରୋପଣ ପାଇଁ ସଚେତନ ରଥ ର ଶୁଭାରମ୍ଭ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବନାଞ୍ଚଳ କାର୍ଯ୍ୟାଳୟ ଠାରେ ବୃକ୍ଷ ରୋପଣ ପାଇଁ ସଚେତନ ରଥ ର ଶୁଭାରମ୍ଭ ହୋଇଯାଇଛି । ବନାଞ୍ଚଳ ଅଧିକାରୀ ଅବିନାଶ ବେରିହା ଉକ୍ତ ସଚେତନତା ରଥକୁ ଶୁଭାରମ୍ଭ କରିଥିଲେ । ଏହି ରଥ ଅଞ୍ଚଳର ବିଭିନ୍ନ ଗ୍ରାମ ପରିକ୍ରମା କରି ବୃକ୍ଷ ରୋପଣ ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରାଯିବ ବୋଲି ଜଣାଯାଇଛି । ଔଷଧିୟ ବୃକ୍ଷ ସହିତ ବିଭିନ୍ନ ପ୍ରକାରର ମୂଲ୍ୟବାନ ଗଛ ଗୁଡ଼ିକ ଗୋଟାଏ ଗଛ କୁ ଏକ ଟଙ୍କାରେ ବିକ୍ରି କରିବାକୁ ନିର୍ଦ୍ଦେଶ ରହିଛି I ଏହା ଗ୍ରାମାଞ୍ଚଳରେ ବୁଲି ବୁଲି ପ୍ରଚାର କରିବା ସହିତ ଗଚ୍ଛ ଆମକୁ ପାଣି ଓ ପବନ ଦେବା ସଙ୍ଗେ ପରିବେଶ ସୁରକ୍ଷା ଦେଇଥାଏ I ଏଥିପାଇଁ ସମସ୍ତେ ମିଳିମିଶି ଗଚ୍ଛ ଲଗାଇବା l ଏହି ବାର୍ତ୍ତା ଦେଇଥିଲେ l ପ୍ରଚାର ରଥରେ ଫରେଷ୍ଟର ଦୀନବନ୍ଧୁ ଗୈାଉଡ ଙ୍କ ସହିତ ଉକ୍ତ ବିଭାଗ ର କର୍ମଚାରୀ ଉପସ୍ଥିତ ଥିଲେ I