Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଜ୍ରପାତରେ ୬୦ ଫୁଟ ତଳକୁ ଖସିଲା ରାମେଶ୍ଵର ମନ୍ଦିରର ଦଧିନଉତି

ଭୁବନେଶ୍ୱର: ଘଡ଼ଘଡ଼ି ଓ ବିଜୁଳି ମାରିବାରୁ ଭୁବନେଶ୍ଵର ସ୍ଥିତ ରାମେଶ୍ଵର ମନ୍ଦିରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।  ରାଜଧାନୀର ମାଉସୀ ମା ଛକରେ ଥିବା ରାମେଶ୍ୱର ମନ୍ଦିରର ଦଧିନଉତି ୬୦ ଫୁଟ ତଳକୁ ଖସି ପଡିଛି। ଏହାକୁ ନେଇ ବ୍ରାହ୍ମଣମାନେ ଭୟଭୀତ ହୋଇ ପଡିଛନ୍ତି।

ସୂଚନା ଅନୁଯାୟୀ, ଦିନ ପ୍ରାୟ ୧୦ଟା ସମୟରେ  ରାମେଶ୍ୱର ମନ୍ଦିରର ଦଧିନଉତି ତଳକୁ ଖସି ପଡ଼ିଥିଲା। ସେଠାରେ ଉପସ୍ଥିତ ଥିବା ବ୍ରାହ୍ମଣ ଓ ପୂଜା କରିବାକୁ ଆସିଥିବା ଲୋକମାନେ ଭୟଭୀତ ହୋଇ ଯାଇଥିବା ବେଳେ ପରେ ଟେକ୍ନିକାଲ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମନ୍ଦିରରେ କୌଣସି ଫାଟ ଥାଇପରେ ବୋଲି ଅନୁମାନ କରାଯାଉଛି। ବର୍ଷା ଛାଡ଼ିବା ପରେ ମନ୍ଦିରର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି।

ସେବାୟତଙ୍କ କହିବା ଅନୁସାରେ ଶନିବାର ସକାଳ ୯ଟା 30ରୁ ୧୦ଟା ସମୟରେ ସେବାୟତମାନେ ମନ୍ଦିର ଭିତରେ କାମ କରୁଥିଲେ । ହଠାତ ଜୋରରେ ଶବ୍ଦ ହେବ ସହ ଆଲୋକ ଦେଖାଯାଇଥିଲା । ମନ୍ଦିର ବାହାରକୁ ଆସି ଦେଖିବା ବେଳକୁ ମନ୍ଦିରର ଦଧିନଉତି ସମ୍ପୂର୍ଣ୍ଣ ଭାଙ୍ଗି ତଳେ ପଡିଛି । ଯାହାକୁ ନେଇ ସେବାୟତଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ