Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠା ରେ ପ୍ରଥମ ମାସିକ କ୍ଲଷ୍ଟାର ସ୍ତରୀୟ ବୈଠକ

ବେଲଗୁଣ୍ଠା, 15/07, ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଏଗାରଟି ଆଞ୍ଚଳିକ ସାଧନ କେନ୍ଦ୍ରରେ ସିଆରସିସି ମାନଙ୍କ ଅଧ୍ୟକ୍ଷତାରେ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ପ୍ରଥମ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଗାଙ୍ଗପୁର ସିଆରସିସି କାର୍ତ୍ତିକେୟ ସେଠୀଙ୍କ ଅଧ୍ୟକ୍ଷତାରେ ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ ଅନୁଷ୍ଠିତ ପ୍ରଥମ ମାସିକ ବୈଠକରେ ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ନନ୍ଦ, ଶାନ୍ତିଲତା ବେହେରା, ସୁଚରିତା ଗୌଡ଼, ପ୍ରଧାନ ଶିକ୍ଷକ ବାଳକୃଷ୍ଣ ସାବତ, ବିଷ୍ଣୁପ୍ରସାଦ ବେହେରା,ଶିବରାମ ବେହେରା, ରାମଚନ୍ଦ୍ର ବେହେରା, ଗଙ୍ଗାଧର ସ୍ଵାଇଁ, ଶିଶିର କୁମାର ସ୍ୱାଇଁ ଏବଂ ଶୀତଳ ପ୍ରସାଦ ଜେନା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ସହକାରୀ ଶିକ୍ଷକ ମନୋରଞ୍ଜନ ବିଷୋୟୀ ଏବଂ ସତ୍ୟନାରାୟଣ ପ୍ରଧାନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଏହି ବୈଠକରେ ବିଦ୍ୟାଳୟ ସ୍ତରରେ ମୌଳିକ ସାକ୍ଷରତା ଏବଂ ସାଂଖ୍ୟାଜ୍ଞାନ କାର୍ଯ୍ୟକ୍ରମର ଆବଶ୍ୟକତା ଏବଂ ଏହାର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା I ଏହା ସହିତ ବିଦ୍ୟାଳୟରେ ପୋଷାକ ବିତରଣ, ୟୁଡାଇସ୍ ,ମୋ ଡ଼ାଏରୀ, ମୁଖ୍ୟମନ୍ତ୍ରୀ ପୁରସ୍କାର ସହିତ ବିଭିନ୍ନ ବିଦ୍ୟାଳୟରେ ଥିବା ସମସ୍ୟା ଗୁଡ଼ିକ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା I ସେହିପରି ବ୍ଳକ୍ ର କ୍ଷତ୍ରିୟବରପୁର,ଏନ୍.ପି.ଶାସନ, ଗୋବରା,ନେଟଙ୍ଗା,ବଡ଼ପଡ଼ା,ପାଟୁଳିସାହି,ତନରଡା,ମଙ୍ଗଳପୁର,ଆମ୍ବପୁଆ,ଉଢୁରା କ୍ଲଷ୍ଟର୍ ସ୍ଥାନୀୟ ସିଆରସିସିମାନଙ୍କ ତତ୍ତ୍ୱାବଧାନରେ ଏହି ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ