Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହସ୍ତତନ୍ତ ,ବୟନ ଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଉଲୁଣ୍ତା ବ୍ଲକ ବୁଣାକାରମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା

ବୀରମହାରାଜପୁର : ରାଜ୍ୟ ହସ୍ତତନ୍ତ , ବୟନଶିଳ୍ପ ଓ ହସ୍ତ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଶନିବାର ବିଭାଗୀୟ କାର୍ଯ୍ୟାଳୟ ରେ ସମସ୍ତ ବିଭାଗୀୟ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ l ଜିଲ୍ଲା ରେ ବୁଣାକାରମାନଙ୍କ ଉଦ୍ଦ୍ୟେଶରେ କାର୍ଯ୍ୟକାରୀ ହେଉଥିବା ମଙ୍ଗl ଗର୍ଭ କଙ୍କ୍ରିଟ୍ କରଣ , ବରିଷ୍ଠ ବୁଣାକାର ସହାୟତା ଯୋଜନା , ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନା , କର୍ମଶାଳା ନିର୍ମାଣ , ଫ୍ରେମ ତନ୍ତ , ଗର୍ଭ ତନ୍ତ ବଣ୍ଟନ , ବାନ୍ଧ ଶୀଳ୍ପି ପାଇଁ ରଙ୍ଗେଇ ସମାଗ୍ରୀ ବଣ୍ଟନ , ଉନ୍ନତମାନର ତନ୍ତ ଉପକରଣ ବଣ୍ଟନ , ଅନ୍ୟ ପ୍ରଦେଶର ବୟନ ପୁଞ୍ଜ ପରିଦର୍ଶନ , ପ୍ରାରମ୍ଭିକ ବୁଣା , ବାନ୍ଧ ଓ ରଙ୍ଗ ତାଲିମ ପ୍ରଦାନ ସହିତ ଉନ୍ନତମାନର ଲୁଗା ଉତ୍ପାଦନ , ବଜାର ଆବଶ୍ୟକତା ଲକ୍ଷ୍ୟ ର ଗୁଣାତ୍ମକ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ l ଶୀର୍ଷ ସମିତିକୁ ଲୁଗା ଯୋଗାଣରେ ବ୍ୟବସାୟ ବୃଦ୍ଧି ଆଦି ଉପରେ ଗୁରୁତ୍ୱାରୋପ କରିଥିଲେ l ମହିଳା ହସ୍ତତନ୍ତ ବୁଣାକାର କିପରି ଅଧିକରୁ ଅଧିକ ସୁବିଧା ପାଇ ପାରିବ ସେ ଦିଗରେ କାମ କରିବାକୁ କ୍ଷେତ୍ର କର୍ମଚାରୀମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ I ବଳିଆ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ରୁଣ ଯୋଗାଣ ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଅପରାହ୍ନ ରେ କ୍ଷେତ୍ର ପରିଦର୍ଶନରେ ଯାଇ ଉଲୁଣ୍ଡା ବୁକର ପିପିଲିକାନି ଗ୍ରାମ ସ୍ଥିତ ପରମେଶ୍ବରୀ ତନ୍ତୁବାୟ ସହଯୋଗ ସମିତି ଠାରେ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ବୁଣାକାରମାନଙ୍କୁ ବିଭାଗ ତରଫରୁ ପ୍ରଦାନ କରାଯାଇଥିବା ସହାୟତା ସମ୍ପର୍କରେ ପଚାରି ବୁଝିଥିଲେ I ସମିତିର ସୁତା ଓ ରଙ୍ଗେଇ ର ବିଭିନ୍ନ ଅନୁସଙ୍ଗୀକ ପଦ୍ଧତି ଗୁଡିକ ବୁଲି ଦେଖି ପ୍ରସଂଶା କରିଥିଲେ l ଏହା ପରେ 34 ଜଣ ବୁଣାକାର ହିତାଧିକାରୀ ଙ୍କୁ ହସ୍ତତନ୍ତ ସରଞ୍ଜାମ ବଣ୍ଟନ କରି ଲୁଗାବୁଣା ରେ ଉତ୍ତମ ମାନ ରଖିବାକୁ ପରାମର୍ଶ ଦେଇଥିଲେ l ଉକ୍ତ ସମିକ୍ଷା ବୈଠକ ଏବଂ କ୍ଷେତ୍ର ପରିଦର୍ଶନ ରେ ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର, ବୟନ ଶିଳ୍ପ ଯୁଗ୍ମ ନିର୍ଦ୍ଦେଶକ (ପଶ୍ଚିମାଞ୍ଚଳ) ବରଗଡ଼ ପ୍ରସନ୍ନ କୁମାର ଗନ୍ତାୟତ, ଭାରପ୍ରାପ୍ତ ବୟନ ଶିଳ୍ପ ଉପ ନିର୍ଦ୍ଦେଶକ ସୋନପୁର ବିନାୟକ ପୃଷ୍ଟି, ବୟନ ପର୍ଯ୍ୟବେକ୍ଷକ ଧୃବ ରାଜ ମେହେର ପ୍ରମୁଖ ଙ୍କ ସହିତ ଅନ୍ୟ କ୍ଷେତ୍ର ପରିଦର୍ଶକ ଉପସ୍ଥିତ ଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ