ବଦଳିଲେ ବୀରମହାରାଜପୁର ଉପଖଣ୍ଡ ପୋଲିସ ଅଧିକାରୀ

ବୀରମହାରାଜପୁର : ରାଜ୍ୟ ପୋଲିସ ମହାନିର୍ଦେଶକ କାର୍ଯ୍ୟାଳୟରେ ପୋଲିସ ଅଧିକାରୀମାନଙ୍କର ଏକ ବଡ ଧରଣର ଅଦଳବଦଳ କରାଯାଇଛି । ଏହି କ୍ରମରେ ବୀରମହାରାଜପୁର ଏସଡିପିଓ ଡୋଳାମଣି ଭୋଇଙ୍କୁ ମୟୂରଭଞ୍ଜ ଜିଲ୍ଲା ହୋମଗାର୍ଡ ଡିଏସପି ଭାବରେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟରତ ପୁଲିସ ଅଧିକାରୀ ବାସୁଦେବ ଛତ୍ରିଆଙ୍କୁ ବୀରମହାରାଜପୁର ର ଏସଡିପିଓ ଭାବେ ନିଯୁକ୍ତି ମିଳିଥିବା ଜଣା ପଡିଛି।