ଦୁରଦୁରା ଛକ ପାଖରୁ ପ୍ରସାଶନ ହଟାଇଲା ଜବର ଦଖଲ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ପିତାମହୁଲ ପଞ୍ଚାୟତର ଦୁରଦୁରା ଛକ ନିକଟରୁ ଜବର ଦଖଲ ଉଚ୍ଛେଦ କରିଛି ପ୍ରଶାସନ।ମିଳିଥିବା ସୁଚନାମତେ ଦୁରଦୁରା ଛକ ନିକଟରେ ଆମ୍ବସରଭଟ୍ଟା ଗ୍ରାମର ଅଖୁଜ ମେହେର ନାମକ ଜନୈକ ବ୍ୟବସାୟୀ ବେଆଇନ ଜବର ଦଖଲ କରି ଦୋକାନ କରିଥିଲେ । ସେଠାରୁ ଜବର ଦଖଲ ଉଚ୍ଛେଦ କରିବା ପାଇଁ ଦୁରଦୁରା ଗ୍ରାମବାସୀ ବୀରମହାରାଜପୁର ତହସିଲଦାର ବିବୁଧ ବଡନାୟକ ଙ୍କୁ ଅଭିଯୋଗ କରିବା ସହିତ ସୁବଳୟା ଥାନାରେ ମଧ୍ୟ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପ୍ରଶାସନ ତରଫରୁ ବେଆଇନ ଜମି ଦଖଲକାରୀ ଅଖୁଜ ମେହେରକୁ ଡାକି ଉକ୍ତ ସରକାରୀ ଜମି ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ।ମାତ୍ର ଅଖୁଜ ପ୍ରଶାନସନ ର ନିର୍ଦ୍ଦେଶକୁ ଅବମାନନା କରି ଓଲଟା ସେହି ସ୍ଥାନରେ ପକ୍କାଘର କରିବା ପ୍ରକ୍ରୀୟା ଆରମ୍ଭ କରିଥିଲେ । ତେବେ ପ୍ରଶାସନ ଜବର ଉଚ୍ଛେଦ କରିବା ପାଇଁ ନିସ୍ପତ୍ତି ନେଇଥିଲା ।ବୀରମହାରାଜପୁର ଅତିରିକ୍ତ ତହସିଲଦାର ସ୍ବାଗତ କୁମାର ପଣ୍ଡା ଓ ସୁବଳୟା ପୋଲସି ର ଉପସ୍ଥିତିରେ ଜେସିବି ଲଗେଇ ଉକ୍ତ ଜବର ଦଖଲ ଉଚ୍ଛେଦ କରିଛନ୍ତି । ତେବେ ପ୍ରଶାସନର ଉକ୍ତ ପଦକ୍ଷେପ କୁ ଗ୍ରାମବାସୀ ସ୍ବାଗତ କରିଥିବା ଜଣା ଯାଇଛି l