ଯୁକ୍ତ ତିନି ନାମ ଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ


ବୀରମହାରାଜପୁର : ଯୁକ୍ତ ତିନି ରେ ନାମଲେଖା ନିମନ୍ତେ ପ୍ରଥମ କଟ୍ ଅଫ୍ ମାର୍କ ତାଲିକା ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକରେ ଦୁଇଟି ମାତ୍ର ଡିଗ୍ରୀ କଲେଜ ରହିଛି । ଏହି ଦୁଇଟି ଡିଗ୍ରୀ କଲେଜର ପ୍ରଥମ କଟଅଫ ମାର୍କ ପ୍ରକାଶ ପାଇଥିବା ବେଳେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀ ମାନେ ତତ୍ପରତା ପ୍ରକାଶ କରିଛନ୍ତି । ବୀରମହାରାଜପୁର ଡିଗ୍ରୀ କଲେଜ ରୁ ମିଳିଥିବା ସୂଚନା ଅନୁସାରେ କଳା ବିଭାଗ ର ଓଡିଆରେ ସାଧାରଣ ବର୍ଗ ପାଇଁ ୬୮.୫ ପ୍ରତିଶତ କଟଅଫ ମାର୍କ ରହିଥିବା ବେଳେ ଅନୁସୂଚିତ ଜନଜାତି ପାଇଁ ୪୩ ପ୍ରତିଶତ , ଅନୁସୂଚିତ ଜାତି ପାଇଁ ୬୧.୬୭ ପ୍ରତିଶତ କଟଅଫ ମାର୍କ ରହିଛି।
ରାଜନୀତି ବିଜ୍ଞାନରେ ସାଧାରଣ ବର୍ଗ ପାଇଁ ୬୬.୩୩ ଓ ଅନୁସୂଚିତ ଜାତି ପାଇଁ ୫୭.୮୭ପ୍ରତିଶତ କଟଅଫ ରହିଛି । ଶିକ୍ଷାରେ ସାଧାରଣ ବର୍ଗ ପାଇଁ ୬୫.୧୭ ପ୍ରତିଶତ ରହିଥିବା ବେଳେ ଅନୁସୁଚିତ ଜାତି ପାଇଁ ୫୫.୫ ପ୍ରତିଶତ ନମ୍ବର ରହିଛି । ଇତିହାସ ବିଭାଗରେ ସାଧାରଣ ବର୍ଗ ପାଇଁ ୬୦.୮୩ ପ୍ରତିଶତ , ଅନୁସୁଚିତ ଜନଜାତି ପାଇଁ ୩୯.୮୩ପ୍ରତିଶତ ଓ ଅନୁସୁଚିତ ଜାତି ପାଇଁ ୪୭.୮୩ ପ୍ରତିଶତ କଟଆଫ ମାର୍କ ରହିଥିବା ଜଣା ପଡିଛି । ଅର୍ଥଶାସ୍ତ୍ର ରେ ସାଧାରଣ ବର୍ଗ ପାଇଁ ୫୫ପ୍ରତିଶତ ଓ ଅନୁସୁଚିତ ଜାତି ପାଇଁ ୪୩.୩୩ ପ୍ରତିଶତ କଟଆଫ ମାର୍କ ରହିଛି।
ସେହିପରି ବିଜ୍ଞାନ ବିଭାଗର ଜୀବ ବିଜ୍ଞାନ ପାଇଁ ସାଧାରଣ ବର୍ଗରେ ୬୫.୬୭ ପ୍ରତିଶତ , ଅନୁସୁଚିତ ଜାତି ପାଇଁ ୫୧.୪ ପ୍ରତିଶତ କଟଅଫ ରହିଛି । ଗଣିତ ରେ ସାଧାରଣ ବର୍ଗ ପାଇଁ ୬୪.୧୭ ପ୍ରତିଶତ ଓ ଅନୁସୁଚିତ ଜାତି ପାଇଁ ୪୧.୩୩ ପ୍ରତିଶତ କଟଅଫ ରହିଛି । ପଦାର୍ଥ ବିଜ୍ଞାନରେ ସାଧାରଣ ବର୍ଗ ପାଇଁ ୫୯ ପ୍ରତିଶତ , ଅନୁସୁଚିତ ଜାତି ପାଇଁ ୫୪.୬୭ ପ୍ରତିଶତ କଟଅଫ ରହିଛି । ଉଦ୍ଭିଦ ବିଜ୍ଞାନରେ ସାଧାରଣ ବର୍ଗ ପାଇଁ ୫୬.୧୭ ପ୍ରତିଶତ ଓ ଅନୁସୁଚିତ ଜାତି ପାଇଁ ୪୫.୧୭ ପ୍ରତିଶତ କଟଆଫ ମାର୍କ ରହିଛି । ରସାୟନ ବିଜ୍ଞାନରେ ସାଧାରଣ ବର୍ଗ ପାଇଁ ୪୮.୬୭ ପ୍ରତିଶତ କଟଅଫ ମାର୍କ ରହିଛି।
ବୀରମହାରାଜାପୁର ବ୍ଲକ ର ସୁବଳୟା ଆଞ୍ଚଳିକ ଡିଗ୍ରୀ କଲେଜ ରେ କଳା ବିଭାଗ ର ଇତିହାସ ରେ ସାଧାରଣ ବର୍ଗ ପାଇଁ ୫୬.୫୦ ପ୍ରତିଶତ ଓ ଅନୁସୁଚିତ ଜାତି ପାଇଁ ୪୬ ପ୍ରତିଶତ କଟଅଫ ମାର୍କ ରହିଛି । ରାଜନୀତି ବିଜ୍ଞାନରେ ସାଧାରଣ ବର୍ଗ ପାଇଁ ୬୦.୬୭ପ୍ରତିଶତ ରହିଥିବା ବେଳେ ଅନୁସୁଚିତ ଜନ ଜାତି ପାଇଁ ୩୫.୫୦ ପ୍ରତିଶତ ଓ ଅନୁସୁଚିତ ଜାତି ପଇଁ ୫୧.୮୭ ପ୍ରତିଶତ କଟଅଫ ରହିଛି । ସଂସ୍କୃତରେ ସାଧାରଣ ବର୍ଗ ପାଇଁ ୫୧ ପ୍ରତିଶତ , ଅନୁସୁଚିତ ଜନ ଜାତି ପାଇଁ ୩୭.୧୭ ପ୍ରତିଶତ ଓ ଅନୁସୁଚିତ ଜାତି ପାଇଁ ୩୬.୬୭ ପ୍ରତିଶତ କଟଅଫ ମାର୍କ ରହିଥିବା ଥିବା ଜଣାପଡ଼ିଛି ।