ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନାକଡେଇଁ ଗ୍ରାମରେ ନାଗେଶ୍ବର ଯୁବକ ସଂଘ ତରଫରୁ ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯକ୍ରମ କୁ ପ୍ରକୃତି ବନ୍ଧୁ ହୃଷୀକେଶ ଦେହେରି ସଂଯୋଜନା କରିଥିଲେ । ଆୟୋଜିତ କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଉଲୁଣ୍ଡା ଡାକ୍ତରଖାନା DEO ରାଜେନ୍ଦ୍ର କୁମାର ଦେହୁରୀ I ସମସ୍ତ ଙ୍କୁ ଶପଥ ପାଠ କରାଇ ଗଛ ଲଗାଇବା ସହିତ ସୁରକ୍ଷିତ ରହିବାକୁ ମତବ୍ୟକ୍ତ କରିଥିଲେ । ଏ ଅବସରରେ ଆଖପାଖ ତଥା ରାସ୍ତା କଡରେ ଗ୍ରାମର ବିଭିନ୍ନ ସ୍ଥାନରେ ଶତାଧିକ ବିଭିନ୍ନ ଔଷଧିୟ ବୃକ୍ଷର ଚାରା ରୋପଣ କରାଯାଇଥିଲା I କ୍ଲବ ର ସଦସ୍ୟ ସୁଶାନ୍ତ ଥନାପତି , ମନୋଜ ଥନାପତି , ବିନୋଦ ଥାନାପତି , ମୋନୋଜ ପଧାନ , ହୃଷି କେଶ ପଧାନ , ଆଦେଶ ଥାନାପତି , ଚିତ୍ତରଞ୍ଜନ ଦେହେରୀ , ମାନସ ପୁରୋହିତ , ସରୋଜ ପଧାନ ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହି ଗଛ ଲଗାଇବାରେ ସହଯୋଗ କରିଥିଲେ । ଉକ୍ତ କାର୍ଯକ୍ରମ କୁ ବ୍ୟାସଦେବ ଜାନୀ ପରିଚାଳନା କରିଥିବାବେଳେ ସିକୁନ ଥନାପତି ଧନ୍ୟବାଦ ଅର୍ପଣ କରିଥିଲେ।
ନାଗେଶ୍ଵର ଯୁବକ ସଂଘ ର କର୍ମକର୍ତ୍ତା ଲଗାଇଲେ ଶତାଧିକ ଔଷଧିୟ ବୃକ୍ଷ
