Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ଓ ବିଭାଗୀୟ ସମୀକ୍ଷା ବୈଠକ ସହ କ୍ଷେତ୍ର ପରିଦର୍ଶନ l

ସୁବର୍ଣ୍ଣପୁର-ଆଜି ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ଦିନିକିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟାଳୟ ରେ ସମସ୍ତ ବିଭାଗୀୟ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ l ଜିଲ୍ଲାରେ ବୁଣାକାର ମାନଙ୍କ ଉଦ୍ଦେଶ୍ୟ ରେ କାର୍ଯ୍ୟକାରୀ ହେଉଥିବା ମଙ୍ଗା ଗର୍ତ୍ତ କଂକ୍ରିଟ କରଣ, ବରିଷ୍ଠ ବୁଣାକାର ସହାୟତା ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନା, କର୍ମଶାଳା ନିର୍ମାଣ, ଫ୍ରେମ ତନ୍ତ, ଗର୍ତ୍ତ ତନ୍ତ ବଣ୍ଟନ, ବାନ୍ଧଶିଳ୍ପୀ ପାଇଁ ରଙ୍ଗେଈ ସାମଗ୍ରୀ ବଣ୍ଟନ, ଉନ୍ନତ ମାନର ତନ୍ତ ଉପକରଣ ବଣ୍ଟନ, ଅନ୍ୟ ପ୍ରଦେଶର ବୟନ ପୁଞ୍ଜ ପରିଦର୍ଶନ, ପ୍ରାରମ୍ଭିକ ବୁଣା, ବନ୍ଧ ଓ ରଙ୍ଗ ତାଲିମ ପ୍ରଦାନ, ଉନ୍ନତ ଲୁଗା ଉତ୍ପାଦନ ସହିତ ବଜାର ଆବଶ୍ୟକତା ଲକ୍ଷ୍ୟର ଗୁଣାତ୍ମକ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ ଓ ଶୀର୍ଷ ସମିତିକୁ ଲୁଗା ଯୋଗାଣ ରେ ବ୍ୟବସାୟ ବୃଦ୍ଧି ଆଦି ଉପରେ ଗୁରୁତ୍ୱାରୋପ କରିଥିଲେ l ମହିଳା ହସ୍ତ ତନ୍ତ ବୁଣାକାର କିପରି ଅଧିକରୁ ଅଧିକ ସରକାରୀ ସୁବିଧା ପାଇପାରିବେ ସେ ଦିଗରେ କାମ କରିବାକୁ କ୍ଷେତ୍ର କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ବଳିଆ ଯୋଜନା ରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଋଣ ଯୋଗାଣ ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଅପରାହ୍ନ ରେ କ୍ଷେତ୍ର ପରିଦର୍ଶନ ରେ ଯାଇ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପିପିଲିପାଲି ଗାଁ ରେ ଥିବା ପରମେଶ୍ୱରୀ ତନ୍ତୁବାୟ ସହଯୋଗ ସମିତି ଲିଃ. ଠାରେ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ରେ ବୁଣାକାର ମାନଙ୍କୁ ବିଭାଗ ତରଫରୁ ପ୍ରଦାନ କରାଯାଉଥିବା ସହାୟତା ସମ୍ପର୍କ ରେ ପଚାରି ବୁଝିଥିଲେ l ତତସହିତ ସମିତି ର ସୂତା ଓ ରଙ୍ଗେଈ ର ବିଭିନ୍ନ ଆନୁସଙ୍ଗିକ ପଦ୍ଧତି ଗୁଡିକ ବୁଲି ପ୍ରଶଂସା ମଧ୍ୟ କରିଥିଲେ l ଏହା ପରେ ୩୪ ଜଣ ବୁଣାକାର ହିତାଧିକାରୀ ଙ୍କୁ ହସ୍ତ ତନ୍ତ ସରଞ୍ଜାମ ବଣ୍ଟନ କରି ଲୁଗା ବୁଣା ରେ ଉତ୍ତମମାନ ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ l ଉକ୍ତ ସମୀକ୍ଷା ବୈଠକ ଏବଂ କ୍ଷେତ୍ର ପରିଦର୍ଶନ ରେ ବୟନିକା ସଭାପତି ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମେହେର, ବୟନ ଶିଳ୍ପ ଯୁଗ୍ମ ନିର୍ଦ୍ଦେଶକ ( ପଶ୍ଚିମାଞ୍ଚଳ ) ବରଗଡ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ଗନ୍ତାୟତ, ଭାରପ୍ରାପ୍ତ ବୟନ ଶିଳ୍ପ ଉପନିର୍ଦ୍ଦେଶକ ସୋନପୁର ଶ୍ରୀଯୁକ୍ତ ବିନାୟକ ପୃଷ୍ଟି, ବୟନ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଧ୍ରୁବରାଜ ମେହେର ଙ୍କ ସହିତ ଅନ୍ୟ ସମସ୍ତ କ୍ଷେତ୍ର କର୍ମଚାରୀ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ