Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚତୁର୍ଥ ମୁଳିଆ ସ୍ମାରକୀ ଛାତ୍ରବୃତି,୨୭ଜଣ ଛାତ୍ରଛାତ୍ରୀ ପାଇଲେ ଆର୍ଥିକ ସହାୟତା ।

ବେଲଗୁଣ୍ଠା- ୧୬/୭-ସୁଦୂର ଆମେରିକାରେ ରହି ପ୍ରବାସୀ ଓଡ଼ିଆ ତଥା ବେଲଗୁଣ୍ଠା ଗୋପିନାଥ ସାହିର ମୁଳ ବାସିନ୍ଦା ଦାମୋଦର ସାହୁ ନିଜ ମାତୃଭୂମିର ଆର୍ଥିକ ଅନଗ୍ରସର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ କିଛି କରିବା ପାଇଁ ଆରମ୍ଭ କରିଥିଲେ ମୁଳିଆ ସ୍ମାରକ ଛାତ୍ର ବୃତ୍ତି ।ଗତ ୩ ବର୍ଷ ପୁର୍ବେ ଏହାର ଶୁଭାରମ୍ଭ ହୋଇଥିବା ଏହି
ବର୍ଷ ଏହାକୁ ବ୍ଳକ୍ ସ୍ତରୀୟ ପାଳନ କରାଯାଇଛି ।ପୂର୍ବରୁ କୋର୍ କମିଟି ଦ୍ବାରା ଚୟନ କରାଯାଇଥିବା ବିଭିନ୍ନ ଉଚ୍ଚ ବିଦ୍ୟାଳୟର ୨୭ ଜଣ ଛାତ୍ରଛାତ୍ରୀଙ୍କୁ ମୋଟ ୨ ଲକ୍ଷ ୧୫ ହଜାର ବୃତ୍ତି ପ୍ରଦାନ କରାଯାଇଛି ।ଜି.ଟି ହାଇସ୍କୁଲ ପରିସରରେ ହୋଇଥିବା ଏହି ମେଧାବୃତ୍ତି କାର୍ଯ୍ୟକ୍ରମ ବିଦ୍ୟାଳୟର ପୁର୍ବତନ ପ୍ରଧାନଶିକ୍ଷକ ତଥା ମୁଳିଆ ସ୍ମାରକୀ ଛାତ୍ରବୃତ୍ତି ଅନ୍ୟତମ ଉପଦେଷ୍ଟା ଚନ୍ଦ୍ରଭାନୁ ପାଢୀଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ନୋଡାଲ ଜି.ଟି ହାଇସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ପ୍ରତିମା ମହାରଣା ସଭାପତିତ୍ବ କରିଥିଲେ ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପୁର୍ବତନ ଅଧ୍ୟକ୍ଷ ଡ଼ଃ ପୁର୍ଣ୍ଣଚନ୍ଦ୍ର ତ୍ରିପାଠୀ ମୁଖ୍ୟ ଅତିଥି, ବେଲଗୁଣ୍ଠା ଏନ୍ଏସି ନୀର୍ବାହି ଅଧିକାରୀ ରାକେଶ କୁମାର ପାତ୍ର ମୁଖ୍ୟ ବକ୍ତା,ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା, ଓ ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର ସମ୍ମାନିତ ଅତିଥି ଭାବେ ମୁଳିଆ ସ୍ମାରକୀ ଛାତ୍ରବୃତ୍ତି କୋର୍ କମିଟି ସଦସ୍ୟ ତଥା ହାଇକୋର୍ଟ ଆଇନଜୀବୀ ଓମ୍ ପ୍ରକାଶ ସାହୁ,କୋର୍ କମିଟି ସଦସ୍ୟ ତଥା ପ୍ରେସ୍ କ୍ଳବ ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ଓ ଉପ ସଭାପତି ପ୍ରଭାତ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ ।ବିଦେଶରେ ରହି ନିଜ ମାତୃଭୂମି ପାଇଁ ଚିନ୍ତା କରିବା ଏବଂ ତାକୁ କାର୍ଯ୍ୟକ୍ଷମ କରିବା ନିଶ୍ଚିତ ଭାବରେ ଅଞ୍ଚଳ ପ୍ରତି ଗର୍ବର ବିଷୟ ବୋଲି କହିବା ସହିତ ଦାମୋଦର ସାହୁ ଘୁମୁସର ଅଞ୍ଚଳ ତଥା ଗଞ୍ଜାମ ଜିଲ୍ଲା ପାଇଁ ଉଦାହରଣ ବୋଲି ଅତିଥି ମାନେ ମତବ୍ୟକ୍ତ କରିବା ସହିତ ଶିକ୍ଷା ହିଁ ସମଗ୍ର ମାନବ ଜାତିକୁ ଉପଯୁକ୍ତ ସଂସ୍କାର ପ୍ରଦାନ କରିବ ବୋଲି ସେମାନେ ଗୁରୁତ୍ୱାରୋପ କରିଥିଲେ ।ସ୍ୱପ୍ନ ଦେଖ,ହେଲେ ଏହାକୁ ସତ୍ୟ ରେ ପରିଣତ କରିବା ଓ ନିଜ ଭବିଷ୍ୟତ ଗଠନ କରିବାରେ ଅକ୍ଳାନ୍ତ ପରିଶ୍ରମ କରି ବୋଲି ଅତିଥି ମାନେ ପ୍ରକାଶ କରିଥିଲେ ।ଜି.ଟି ହାଇସ୍କୁଲର ପୁରାତନ ଛାତ୍ର ଦାମୋଦର ନିଜ ଛାତ୍ର ଜୀବନରେ ବହୁ ଆର୍ଥିକ ବାଧାବିଘ୍ନର ସମ୍ମୁଖୀନ ହୋଇମଧ୍ୟ ନିଜ ପରିଶ୍ରମ,ଇଛାଶକ୍ତି ଓ ଅଧ୍ୟବସାୟ ଫଳରେ ଆଜି ଆମେରିକାରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଏକ ଇଚ୍ଚ ପଦବୀରେ କାର୍ଯ୍ୟରତ ।ନିଜ କର୍ମମୟ ଜୀବନରେ ବ୍ୟସ୍ତ ରହି ମଧ୍ୟ ନିଜ ପିତା ସ୍ୱର୍ଗତ ମୂଳିଆ ସାହୁଙ୍କ ନାମରେ ଛାତ୍ରବୃତ୍ତି ଆରମ୍ଭ କରି ଗରିବ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସହାୟତା କରିବା ବିଦ୍ୟାଳୟ ପାଇଁ ଗର୍ବର କଥା ବୋଲି ଆଲୋଚନା ହୋଇଥିଲା ।ଡଃ ଦାମୋଦର ସାହୁ ଭିଡିଓ କନଫରେନ୍ସି ଜରିଆରେ ଆମେରିକାରୁ ଛାତ୍ରଛାତ୍ରୀ ଓ ଅଭିବାବକ ମାନଙ୍କ ସହିତ ଭାବର ଆଦାନ ପ୍ରଦାନ କରି ନିଜ ଛାତ୍ର ଜୀବନ ଭାବବିହ୍ୱଳ ପୁର୍ଣ ଅନୁଭୂତି ପ୍ରଦାନ କରିଥିଲେ ।ଏହି ବୃତ୍ତି ଜରିଆରେ ମୁଳିଆ ସ୍ମାରକୀ ତରଫରୁ ବେଲଗୁଣ୍ଠା ବ୍ଳକର ବିଭିନ୍ନ ବିଦ୍ୟାଳୟର ମେଧାବୀ ଆର୍ଥିକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହିତ ୮ ହଜାର ଟଙ୍କା ଲେଖାଏଁ ଉଚ୍ଚଶିକ୍ଷା ପାଇଁ ସହାୟତା ପ୍ରଦାନ କରାଯାଇଥିଲା ।ତତ୍ ସହିତ ବ୍ଳକ୍ ର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ ନୋଡାଲ ଜି.ଟି ହାଇସ୍କୁଲର ସମସ୍ତ କର୍ମକର୍ତ୍ତାଙ୍କୁ କୋର୍ କମିଟି ଦ୍ବାରା ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।
ଛାତ୍ରଛାତ୍ରୀ ମାନେ ଓ ସେମାନଙ୍କ ଅଭିବାବକ ବୃନ୍ଦ ଡଃ ସାହୁଙ୍କୁ ସାଧୁବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଣମାଧ୍ୟମ ପ୍ରତିନିଧି ସୁଶାନ୍ତ କୁମାର ବେହେରା, କୃଷ୍ଣ ଚନ୍ଦ୍ର ପଟ୍ଟନାୟକ, ଶିବରାମ ଚୌଧୁରୀ, ନାରାୟଣ ପଣ୍ଡା, ସରୋଜ ଶତପଥୀ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହି ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ନିବେଦିତା ପାଲକ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ