Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଡିଏଚଆରଆଇ ସାଧାରଣ ସଭା

ସମ୍ବଲପୁର:ପ୍ରୋଟେକ୍ସନ ଡେମୋକ୍ରେସି ହ୍ୟୁମାନ ରାଇଡ୍ସ ଓଫ ଇଣ୍ଡିଆ ର ରାଜ୍ୟ ସଭାପତି ତଥା ସମ୍ଭବ ଟିଭି ଓଡ଼ିଆର ପଶ୍ଚିମ ଓଡିଶା ବ୍ୟୁରୋ ହେଡ଼ ଦାୟିତ୍ୱ ରେ ଥିବା ଆଲୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ, ସମ୍ବଲପୁର ହାଉସିଂବୋର୍ଡ କଲୋନୀରେ ଥିବା ( ପି. ଡି. ଏଚ. ଆର. ଆଇ କାର୍ଯ୍ୟାଳୟରେ ଏକ ସାଧା ରଣ ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ, ସଭାପତି ଆଲୋକ କୁମାର ଦାସ, ମାନବର ଅଧିକାର କଣ, ମାନବ ଅଧିକାର ଯେଉଁ ସ୍ଥାନରେ କ୍ଷୁର୍ଣ ହେଉଛି, ସେହି ସ୍ଥାନରେ ସମସ୍ତ ମାନବ ସମାଜ ଏକାଠି ହୋଇ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଆହ୍ୱାନ ଦେଇଥିଲେ।ସେ ଏହା ମଧ୍ୟ କହିଥିଲେ, ପରିଚୟ ପତ୍ର ମନୁଷ୍ୟର ପରିଚୟ ନୁହଁ, ବରଂ ମନୁଷ୍ୟର ପ୍ରକୃତ ପରିଚୟ ତାର କର୍ମ ।ଛୋଟ ବଡ଼ ଭେଦଭାବ ଭୁଲି, ସମସ୍ତେ ଏକାଠି ହୋଇ ମାନବ ଅଧିକାର ଉପରେ କାର୍ଯ୍ୟ କରିବାକୁ ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ବିନମ୍ର ନିବେଦନ କରିଥିଲେ। ଜାତୀୟ ସ୍ତର ର ସିନିଅର ଏକ୍ସଜିକ୍ୟୁଟିଭ ସଦସ୍ୟ ତଥା ଭାଇସ ପେଟ୍ରୋନ ଡ଼ ସୁଧାଂଶୁ ପୂଜାରୀ, ପି. ଡି. ଏଚ. ଆର. ଆଇ ଅଧୀନରେ ଯେଉଁସବୁ ସାମ୍ବିଧାନିକ ଧାରା ରହିଛି, ସେହି ଉପରେ ଆଲୋକପାତ କରିବା ସହିତ ପି. ଡି. ଏଚ. ଆର ଆଇ ର ପୂର୍ବତନ ଅଧକ୍ଷ ସ୍ବର୍ଗତ ଡ଼.ପ୍ରଦୀପ ଦୁବେଙ୍କ ସ୍ମୁତି ଉଚ୍ଚାରଣ କରିବା ସହିତ ଶ୍ରୀ ଦୁବେଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରା ଯାଇଥିଲା! ଏହି ସଭାରେ, ପି.ଡି.ଏଚ.ଆର.ଆଇ ସାଧାରଣ ସମ୍ପାଦିକା,ନୁରୀ ନର୍ସିଦା, ସହ ସମ୍ପାଦିକା, ଶିବ ପ୍ରିୟା ସାହୁଙ୍କ ସମେତ, ଅଶୋକ କୁମାର ସାହୁ, ତ୍ରି ବିକ୍ରମ ପୋଢ଼, ନାରୟଣ ମେହେର, ଏମ ଡି ଅମିନ ଖାନ, ଶ୍ରୀମତୀ ଭୂମିକା ରଣା, ଶ୍ରୀମତୀ ମଞ୍ଜିତ କୌର, ଫରତ ଅଫଜା, ପୂର୍ଣ୍ଣିମା ଓରାମ, ପାର୍ବତୀ ଧନୱାର, ଏସ କେ ସରଫରାଜ ଅହମଦ, ବିପିନ ବିହାରୀ ସାଗର, ଦୟାନିଧି ଲାକ୍ରା, ମହାମଦ ଫାରୁକ, ଗଣେଶ ରାମ ସାହୁ ଆଦି ସଦସ୍ୟ ସଦସ୍ୟା ଉପସ୍ଥିତ ରହିବା ସହିତ ସଂଗଠନ କୁ କିଭଳି ସୁଦୃଢ ଭାବରେ ଗଢ଼ିହେବ ସେ ବିଷୟରେ ନିଜ ନିଜର ସୁ ଚିନ୍ତିତ ମତ ବ୍ୟକ୍ତ କରିଥିଲେ.!
ସର୍ବ ଶେଷରେ ସହ ସମ୍ପାଦିକା ଶିବ ପ୍ରିୟା ସାହୁ, ଧନ୍ୟବାଦ ଅର୍ପଣ କରିଥିଲେ !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ