ମୁର୍ଷୁଣ୍ଢୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଫାଇଲେରିଆ ନିରାକରଣ ତାଲିମ ଶିବିର


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ସ୍ଥିତ ସ୍ବାସ୍ଥ୍ୟକେନ୍ଦ୍ର ରେ ଫାଇଲେରିଆ ନିରାକରଣ ଅଭିଯାନ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସିଡିଏମଓ ତଥା ପିଏଚଓ ଡା.ପାଢି , ଡl . ଅଦାବର , ଏଡିପିଏଚଓ ଡା.ସ୍ବାଇଁ , ମୁର୍ଷୁଣ୍ଢି ସ୍ବାସ୍ଥ୍ୟକେନ୍ଦ୍ର ର ଡା.ସିବାନନ୍ଦ ଚାଉଲିଆ , ଆୟୁସ ଡାକ୍ତର ଡା.ପ୍ରଣବ ମହାପାତ୍ର ଏବଂ ଡା.ନିରୂପମା ମହାପାତ୍ର , ସ୍ବାସ୍ଥ୍ୟକର୍ମୀ ଗିରିଧାରୀ ସାହୁ ପ୍ରମୁଖ ଯୋଗଦେଇ ଫାଇଲେରିଆ ରୋଗର କାରଣ , ଲକ୍ଷଣ ଓ ନିରାକରଣ ଉପରେ ଉପସ୍ଥିତ ଆଶାକର୍ମୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।ଫାଇଲେରିଆ କୀଟାଣୁ ଶରୀରରେ ପ୍ରବେଶ କରିବାର ୧୦ ରୁ ୧୫ ବର୍ଷ ପରେ ରୋଗର ଲକ୍ଷଣମାନ ଦେଖାଯାଇଥାଏ । ଏହି ରୋଗ ହେଲେ ଜ୍ବର ଆସିବା , ଦେହ , ହାତ ଘୋଳା ବିନ୍ଧା ହେବା , ଚର୍ମରେ ଲାଲ ଦାଗ ପଡିବା ଆଦି ପର୍ଯାୟକ୍ରମେ ଗୋଡ ହାତ ଫୁଲିବା , ସ୍ତନ ଫୁଲିବା , ଅଣ୍ଡକୋଷ ଫୁଲିବା ଲକ୍ଷଣ ଦେଖା ଦେଇଥାଏ । ସଠିକ ସମୟରେ ଚିକିତ୍ସା କରିବା ସହିତ ନିୟମିତ ଔଷଧ ସେବନ କଲେ ଏହି ରୋଗ ର ନିରାକରଣ ହୋଇପାରିବ ବୋଲି ଉପସ୍ଥିତ ଚିକିତ୍ସକମାନେ ମତବ୍ୟକ୍ତ କରିଥିଲେ । ପିଏଚଇଓ ସ୍ବର୍ଣ୍ଣପ୍ରଭା ଜୁଏଡ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବ୍ଲକ ର ବହୁ ସ୍ବାସ୍ଥ୍ୟକର୍ମୀ ଓ ଆଶାକର୍ମୀମାନେ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ।

ଗଞ୍ଜେଇ ଚ଼ଢ଼ାଉ କରିବାକୁ ଯାଇ ମାଡ଼ ଖାଇଲେ ୨୬ ପୁଲିସ୍ ଘଟଣା ସ୍ଥଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ।ପାରଳାଖେମୁଣ୍ଡି:୨୩/୩(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପୀଡ଼ିମାରୀ ଗ୍ରାମରେ ଶୁକ୍ରବାର ୨୦ କ୍ଵିଣ୍ଟାଲ ଗଞ୍ଜେଇ ଜବତ ଓ ୮ଜଣ ବ୍ୟବସାୟୀଙ୍କୁ ଗିରଫ କରି ପୁଲିସ ମୋହନା ଫେରୁଥିବା ବେଳେ ଗ୍ରାମଠାରୁ କିଛି ଦୂରତାରେ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଡ଼ିଏସପି, ଜଣେ ଥାନା ଅଧିକାରୀ ଓ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ।ଆଜି ଗଜପତି ଏସପି ଯତୀନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ରା.ଉଦୟଗିରି ଏସଡ଼ିପିଓ ଅମିତାଭ ପଣ୍ଡାଙ୍କ ସମେତ ମୋହନା , ଅଡ଼ବାପାରଳାଖେମୁଣ୍ଡି,ରା.ଉଦୟଗିରି, ରାୟଗଡ଼,କାଶୀନଗର,ରାମଗିରି,ସେରଙ୍ଗ ଆଦି ଥାନା ଗୁଡ଼ିକର ଅଧିକାରୀ, କର୍ମଚାରୀ ଓ ୧୦ ପ୍ଲାଟୁନ  ପୁଲିସ ଫୋର୍ସ ସଦଳବଳେ ଆଜି ପୀଡ଼ିମାରୀ ଗ୍ରାମରେ ପହଞ୍ଚି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତିି। ଏହା ସହ ପୁଲିସ ଗାଡ଼ି ଭଙ୍ଗାରୁଜା,ଆକ୍ରମଣରେ ସଂପୃକ୍ତ ୩ ଜଣ ଓ ଗଞ୍ଜେଇ ବ୍ୟବସାୟୀ ୨ ଜଣଙ୍କୁ ଗିରଫ କରିଛନ୍ତି। ବଡ଼ ବଡ଼ ଟିଣ ବାକ୍ସରେ ଲୁଚାଇ ରଖାଯାଇଥିବା ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ଆଉ ଯେଉଁମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ସମସ୍ତଙ୍କୁ ଖୁବ୍ ଶୀଘ୍ର ଧରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ପଣ୍ଡା କହିଛନ୍ତି।