Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ଦ୍ଵନ୍ଦ୍ଵରେ ରାଜ୍ୟସଭା ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ସମେତ ୧୧ ପ୍ରାର୍ଥୀ

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଟିଏମସିର ନେତା ଡେରେକ ଓ ବ୍ରାଏନଙ୍କ ସମେତ ୧୧ ରାଜ୍ୟସଭା ପ୍ରାର୍ଥୀ ନିର୍ଦ୍ଵନ୍ଦ୍ଵରେ ପୁଣି ଥରେ ସଂସଦର ଉଚ୍ଚ ସଦନକୁ ନିର୍ବାଚିତ ହୋଇଛନ୍ତି। ସେମାନଙ୍କ ବିରୋଧରେ ଛିଡ଼ା ହୋଇଥିବା ପ୍ରାର୍ଥୀମାନେ ନିଜର ନାମାଙ୍କନ ପ୍ରତ୍ୟାହାର କରି ନେବାରୁ ଏସବୁ ସାଂସଦ ପୁଣି ଥରେ ଅନାୟସରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଏଥିରେ ବିଜେପିକୁ ଗୋଟିଏ ସିଟ୍ ଫାଇଦା ହୋଇଛି ଏବଂ ରାଜ୍ୟସଭାରେ ଏହାର ସଦସ୍ୟ ସଂଖ୍ୟା ୯୩କୁ ବୃଦ୍ଧି ଘଟିବ।

ସୂଚନାଯୋଗ୍ୟ, ରାଜ୍ୟସଭାରେ ମୋଦୀ ସରକାରଙ୍କ ସଂଖ୍ୟା ଗରିଷ୍ଠତା ନାହିଁ। କୁହାଯାଉଛି ଜୁଲାଇ ୨୪ରେ ଯେଉଁ ଭୋଟିଂ ହେବାର ଥିଲା, ତାହା ଏବେ ଆଉ କରାଯିବନି। ପଶ୍ଚିମବଙ୍ଗର ୬ଟି ସିଟ୍, ଗୁଜରାଟର ୩ଟି ଏବଂ ଗୋଆରୁ ଗୋଟିଏ ସିଟ୍ ପାଇଁ ମତଦାନ କରାଯିବାର ଥିଲା। ଛଅ ଜଣ ଟିଏମସି ଏବଂ ପାଞ୍ଚ ଜଣ ବିଜେପି ପ୍ରାର୍ଥୀ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ